ବ୍ଲାକ୍ ପାନ୍ଥର’ ଫେମ୍ ଅଭିନେତା ଚ୍ୟାଡଓ୍ବିକ୍ ବୋସମ୍ୟାନଙ୍କ ୪୩ବର୍ଷ ବୟସରେ ପରଲୋକ : କ୍ୟାନସରରେ ଥିଲେ ଆକ୍ରାନ୍ତ

ବ୍ଲାକ୍ ପାନ୍ଥର’ ଫେମ୍ ଅଭିନେତା ଚ୍ୟାଡଓ୍ବିକ୍ ବୋସମ୍ୟାନଙ୍କ ୪୩ବର୍ଷ ବୟସରେ ପରଲୋକ : କ୍ୟାନସରରେ ଥିଲେ ଆକ୍ରାନ୍ତ

ଚ୍ୟାଡଓ୍ବିକ୍ ବୋସମ୍ୟାନ ଗତ ୪ବର୍ଷ ହେବ କ୍ୟାନସର ସହ ଲଢ଼ୁଥିଲେ। ତାଙ୍କୁ କୋଲୋନ୍ କିମ୍ବା ଅନ୍ତନଳୀ କ୍ୟାନସର ହୋଇଥିଲା। ଦିବଂଗତ ଅଭିନେତାଙ୍କ ପତ୍ନୀ ଏବଂ ପରିବାର ଶେଷ ସମୟରେ ତାଙ୍କ ସହ ଥିଲେ। ଚ୍ୟାଡଓ୍ବିକ୍ ବୋସମ୍ୟାନଙ୍କ ପରଲୋକ ପରେ ତାଙ୍କ ପରିବାର ତରଫରୁ ଏକ ଆଧିକାରିକ ବୟାନ ମଧ୍ୟ ଜାରି କରାଯାଇଥିଲା

ହଲିଉଡର ସୁପରହିଟ୍ ଫିଲ୍ମ ବ୍ଲାକ୍ ପାନ୍ଥରର ଅଭିନେତା ଚ୍ୟାଡଓ୍ବିକ୍ ବୋସମ୍ୟାନଙ୍କ ପରଲୋକ ହୋଇଯାଇଛି। ଶନିବାର କୋଲନ୍ କ୍ୟାନସର ଫଳରେ ୪୩ବର୍ଷ ବୟସ୍କ ଚ୍ୟାଡଓ୍ବିକ୍ ବୋସମ୍ୟାନ ସମସ୍ତଙ୍କୁ ଛାଡ଼ି ଚାଲିଯାଇଛନ୍ତି। ଚ୍ୟାଡଓ୍ବିକ୍ ବୋସମ୍ୟାନଙ୍କ ପରଲୋକ ଖବର ଶୁଣି ହଲିଉଡଠୁ ଆରମ୍ଭ କରି ବଲିଉଡ ଯାଏଁ ଶୋକର ଲହରୀ ଖେଳିଯାଇଛି। ପ୍ରଶଂସକଙ୍କଠୁ ଷ୍ଟାର ପର୍ଯ୍ୟନ୍ତ ସମସ୍ତେ ତାଙ୍କୁ ମନେ ପକାଇ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି।