୮ ରାଜ୍ୟସଭା ସାଂସଦ ନିଲମ୍ବିତ

୮ ରାଜ୍ୟସଭା ସାଂସଦ ନିଲମ୍ବିତ

ନୂଆଦିଲ୍ଲୀ: ରାଜ୍ୟସଭାରେ ହଙ୍ଗାମା ପ୍ରସଙ୍ଗରେ ୮ ସାସଂଦଙ୍କୁ ଏକ ସପ୍ତାହ ପାଇଁ ରାଜ୍ୟସଭାରୁ ନିଲମ୍ବିତ କରିଦିଆଯାଇଛି । ଏମାନେ ଗତ କାଲି ରାଜ୍ୟସଭାରେ କୃଷି ବିଲ ପାସ ହେବା ପରେ ହଟଗୋଳ କରିବା ସହିତ ଉପରଷ୍ଟ୍ରପତିଙ୍କୁ ଖରାପ ବ୍ୟବହାର କରିଥିଲେ । ଏହି ନିଲମ୍ବିତ ସାଂସଦମାନେ ହେଲେ ଡେରେକ ଓ ବ୍ରାଇନ, କେକେ ରାଗେଶ, ଡୋଲା ସେନ, ସୈଦ ନାଜିର ହୁସେନ, ସଞ୍ଜୟ ସିଂହ, ରାଜୀବ ସତଭ, ରିପୁନ ବୋରା ଏବଂ ଏଲାମରମକରିମ । ରାଜ୍ୟସଭା ସଭାପତି ଏମ ଭେଙ୍କିୟା ନାଇଡୁ ସୋମବାର ଏହି ସୂଚନା ଦେଇଛନ୍ତି । ସଂସଦୀୟ ବ୍ୟାପର ମନ୍ତ୍ରୀ ଭି ମୁରଲୀଧରନ ଉକ୍ତ ସାଂସଦଙ୍କୁ ଆଗାମୀ ଅଧିବେଶନର ବାଦ ଦେବା ଲାଗିି ନୋଟିସ ଦେଇଥିଲେ । ପରେ ଗୃହ ଏହାକୁ ଗ୍ରହଣ କରିଥିଲା ଏବଂ ସେମାନଙ୍କୁ ନିଲମ୍ବିତ କରାଯାଇଥିଲା ।