ପଦ୍ମ ଧରିବେ ଚମ୍ପାଇ ସୋରେନ

ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନଙ୍କ ସମ୍ପର୍କରେ ଚାଲିଥିବା ସମସ୍ତ କଳ୍ପନାଜଳ୍ପନା ଶେଷ ହୋଇଛି। ଆସନ୍ତା ୩୦ ତାରିଖ ଶୁକ୍ରବାର ଦିନ ବିଜେପିରେ ମିଶିବେ ଝାଡ଼ଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜେଏମ୍ଏମର ବରିଷ୍ଠ ନେତା ଚମ୍ପାଇ ସୋରେନ୍। ଏନେଇ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଟ୍ୱିଟରରେ ଲେଖିଛନ୍ତି, ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆମ ଦେଶର ବିଶିଷ୍ଟ ଆଦିବାସୀ ନେତା ଚମ୍ପାଇ ସୋରେନଜୀ ମାନ୍ୟବର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଜୀଙ୍କୁ କିଛି ସମୟ ପୂର୍ବରୁ ଭେଟିଥିଲେ ଏବଂସେ ଅଗଷ୍ଟ ୩୦ରେ ରାଞ୍ଚିରେ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗଦେବେ । ଏହି ଖବର ପରେ ଝାଡଖଣ୍ଡର ନୂତନ ରାଜନୈତିକ ସମୀକରଣ ଗଠନ ହେଉଥିବା ଜଣାପଡିଛି। ଚମ୍ପାଇ ସୋରେନ ଜରିଆରେ ବିଜେପି ଆଦିବାସୀ ଭୋଟ୍ ହାତେଇବାକୁ ପ୍ରସ୍ତୁତ ହେଉଛି।