ବଦଳିଲା ପାଗରେ ମିଜାଜ୍

ଦଳିଲା ପାଗରେ ମିଜାଜ୍ । କିଛି ଦିନର ତାତି ପରେ ରାଜ୍ୟରେ ଖସିଛି ପାରଦ । ଆଜି ଓ ଆସନ୍ତାକାଲି କାଳବୈଶାଖୀ ସମ୍ଭାବନା ଥିବା ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । କାଳବୈଶାଖୀ ନେଇ ୧୨ଟି ଜିଲ୍ଲାକୁ ଜାରି ହୋଇଛି ଅରେଞ୍ଜ ୱାର୍ଣ୍ଣିଂ। ଏହି ସମୟରେ ୪୦ରୁ ୫୦ କିମି ବେଗରେ ପବନ ବହିପାରେ । ସେହିପରି ୨୦ ତାରିଖ ଅର୍ଥାତ୍ ଆସନ୍ତାକାଲି ୪ଟି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । କିଛି ସ୍ଥାନରେ ପ୍ରବଳ ବର୍ଷା ସହ କୁଆପଥର ମାଡ଼ ନେଇ ମଧ୍ୟ ପୂର୍ବାନୁମାନ କରାଯାଇଛି ।