ଷୋହଳ ଜିଲ୍ଲା ରେ RTPCR Testing ପରୀକ୍ଷାଗାର ପାଇଁ କୋଡ଼ିଏ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ ।

ଷୋହଳ ଜିଲ୍ଲା ରେ RTPCR Testing ପରୀକ୍ଷାଗାର ପାଇଁ କୋଡ଼ିଏ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ ।

ଭୁବନେଶ୍ୱର: କୋଭିଡ଼ ଲଢ଼େଇରେ ରୋଗୀର ଶୀଘ୍ର ପରୀକ୍ଷା ସକ୍ରମଣକୁ ରୋକିବାରେ ବିଶେଷ ଗୁରୁତ୍ୱ ବହନ କରେ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ଷୋହଳ ଟି ଜିଲ୍ଲା ଯଥା ଭଦ୍ରକ, ବଉଦ ,ଢେ଼ଙ୍କାନାଳ ଗଜପତି ,ଖୋର୍ଦ୍ଧା ଜଗତସିଂହପୁର ,ଯାଜପୁର କେନ୍ଦ୍ରାପଡା ,ନବରଙ୍ଗପୁର ମାଲକାନଗିରି ,ନୂଆପଡା ସୋନପୁର ,କନ୍ଧମାଳ ସୁନ୍ଦରଗଡ ରାୟଗଡ଼ା ଓ ବରଗଡ ର ସଦର ମହକୁମା ରେ ଗୋଟିଏ ଗୋଟିଏ RTPCR test centre ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କୋଡ଼ିଏ କୋଟି ଟଙ୍କା ମଞ୍ଜୁର କରିଛନ୍ତି ।

ଏହି test centre ଗୁଡିକ ସବୁଦିନ ଲୋକଙ୍କୁ ସେବା ଯୋଗାଇ ଦେବ ।ଏଥିନିମନ୍ତେ ପ୍ରତି ଜିଲ୍ଲା ରେ ଜଣେ ଲେଖାଏ microbiologist ଓ ତିନି ଜଣ lab technician ଙ୍କୁ ନିୟୋଜିତ କରାଯିବ ।

କରୋନା ସକ୍ରମଣକୁ ରୋକିବା ଓ ତୁରନ୍ତ ଚିକିତ୍ସା ଆରମ୍ଭ କରିବାରେ ଏହା ବିଶେଷ ସହାୟକ ହେବ।