ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ପ୍ରଚାର କରିବେ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ପ୍ରଚାର କରିବେ

ପିପିଲି: ପିପିଲି ଉପ ନିର୍ବାଚନରେ ବିଜେଡି ପ୍ରାର୍ଥଙ୍କ ପାଇଁ ପ୍ରଚାର କରବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଭର୍ଚୁଆଲରେ ପ୍ରଚାର କରିବେ । ଏଥିପାଇଁ ଜିଲ୍ଲା ପରିଷଦ ଜୋନ୍ ଅନୁଯାୟୀ ଏଲଇଡିର ବ୍ୟବସ୍ଥା ହେବ । କେଉଁ ତାରିଖରେ ପ୍ରଚାର କରିବେ ତାହା ଆଜି ସନ୍ଧ୍ୟାରେ ଚୂଡାନ୍ତ ହେବ । ଏଥିସହ ବିଜେଡି ୩୫ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ଜିତିବ ବୋଲି ଦାବି କରିଚନ୍ତି ବିଜେଡି ବିଧାୟକ ଉମା ସାମନ୍ତରାୟ ।ସେପଟେ , ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ପାଇଁ ପିପିଲିରେ ପ୍ରଚାର କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆସନ୍ତା ୧୩ ତାରିଖରେ ଧର୍ମେନ୍ଦ୍ର ପ୍ରଚାର କରିବେ । ସାଧାରଣ ସଭାରେ ଉଦବୋଧନ ଦେବା ସହ ଶୋଭାଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି । ଏହାଛଡା ବିଜେପିର ଆଉ କିଛି କେନ୍ଦ୍ରୀୟ ନେତା ପିପିଲି ଆସି ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି । ୮ ତାରିଖରୁ ପିପିଲି-ଡେଲାଙ୍ଗ ଅଞ୍ଚଳରେ ଜୋନାଲ ରାଲି କରାଯିବ । ଏନେଇ ସୂଚନା ଦେଇଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ । ଅନ୍ୟପଟେ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ ଆଜି ଅଚାନକ ଅସୁସ୍ଥ ହୋଇପଡିଛନ୍ତି ।ତାଙ୍କୁ ପ୍ରାଥମିକ ଚିକିତ୍ସା ପାଇଁ ଡେଲାଙ୍ଗ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହି ଖବର ପାଇବା ପରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଡେଲାଙ୍ଗ ଯାଇ ହସ୍ପିଟାଲରେ ଅଜିତ୍ ମଙ୍ଗରାଜଙ୍କୁ ଭେଟି ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଥିବା ଜଣାପଡିଛି ।