୫ ବର୍ଷ ପୂର୍ବରୁ ଚୀନ କରିଥିଲା କରୋନା ର ଷଡ଼ଯନ୍ତ୍ର

୫ ବର୍ଷ ପୂର୍ବରୁ ଚୀନ କରିଥିଲା କରୋନା ର ଷଡ଼ଯନ୍ତ୍ର

ନୂଆଦିଲ୍ଲୀ, ୯।୫: ସମଗ୍ର ବିଶ୍ୱରେ ଆତଙ୍କ ସୃଷ୍ଟି କରିବା ପାଇଁ ଚୀନ୍ ପାଞ୍ଚ ବର୍ଷ ପୂର୍ବରୁ ବ୍ୟୁହ ରଚନା କରିଥିଲା ୨୦୧୫ରେ ଚୀନର ସାମରିକ ବିଜ୍ଞାନୀମାନେ ଏକ କୃତିମ ଭୂତାଣୁକୁ ଅସ୍ତ୍ରଭାବେ ବ୍ୟବହାର କରିବାକୁ ଯୋଜନା କରିଥିଲେ କେତେକ ଗୋପନୀୟ ସାମରିକ ନଥିପତ୍ରରୁ ଏହା ସ୍ପଷ୍ଟ ହୋଇଛି ଏହି ନଥିପତ୍ରର ଆଦାନା ପ୍ରଦାନ ଜନସ୍ୱାସ୍ଥ୍ୟ ବିଜ୍ଞାନୀ ସାମରିକ ବିଜ୍ଞାନୀଙ୍କ ମଧ୍ୟରେ ହୋଇଥିଲା ଏହାର ଆଲୋଚନା ସଂପର୍କିତ ନଥିପତ୍ର ଆମେରିକା ହାତରେ ପଡ଼ିଛି ଯୁଦ୍ଧରେ ଭୂତାଣୁକୁ ଅସ୍ତ୍ର ଭାବେ ବ୍ୟବହାର କରାଯିବ ତୃତୀୟ ବିଶ୍ୱଯୁଦ୍ଧ ଜୈବିକ ଅସ୍ତ୍ରରେ ଲଢ଼ାଯିବ ବୋଲି ନଥିପତ୍ରରେ ଉଲ୍ଲେଖ ରହିଛି ଭୂତାଣୁ ସମଗ୍ର ବିଶ୍ୱରେ ତାଣ୍ଡବ ରଚିବ ଏହାର ସୁଯୋଗ ନେଇ ଚୀନ ବିଶ୍ୱରେ ନିଜର କୂଟନୈତିକ ସାମରିକ ଶକ୍ତି ବିସ୍ତାର କରି ଚାଲିବ ବର୍ତ୍ତମାନର କରୋନା ପରିସ୍ଥିତି ଏହି ତଥ୍ୟକୁ ପ୍ରମାଣିତ କରୁଛି