ମଙ୍ଗଳ ପୃଷ୍ଠରେ ଚାଲିଲା ରୋଭର ’ଝୁରୋଙ୍ଗ’

ମଙ୍ଗଳ ପୃଷ୍ଠରେ ଚାଲିଲା ରୋଭର ’ଝୁରୋଙ୍ଗ’

ବେଜିଂ,୨୪/୦୫: ମଙ୍ଗଳ ପୃଷ୍ଠରେ ଚାଲିଲା ରୋଭର’ଝୁରୋଙ୍ଗ’, ବିଶ୍ୱର ଏକମାତ୍ର ଦେଶ ପାଲଟିଲା ।ଚୀନ୍ ଦ୍ୱାରା ମଙ୍ଗଳ ଗ୍ରହକୁ ପଠାଯାଇଥିବା ରୋଭର ଝୁରୋଙ୍ଗ ରବିବାର ସକାଳେ ମଙ୍ଗଳ ପୃଷ୍ଠରେ କିଛି ବାଟ ଯାଏଁ ଗତି କରିଥିଲା । ଏଥିରେ ୬ଟି ବୈଜ୍ଞାନିକ ଉପକରଣ ଲାଗିଛି ଯାହା ସାହାଯ୍ୟରେ ଚୀନ୍ ମଙ୍ଗଳ ଗ୍ରହ ସମ୍ପର୍କରେ ବିଭିନ୍ନ ଗବେଷଣା କରିବ । ଚୀନ୍ ପ୍ରଥମ ପଦକ୍ଷେପରେ ମଙ୍ଗଳ ଗ୍ରହରେ ନିଜର ରୋଭରକୁ ଅବତରଣ କରାଇବାରେ ସଫଳ ହୋଇଛି ।ଏପରି କରିବାରେ ସେ ବିଶ୍ୱର ଏକମାତ୍ର ଦେଶ ପାଲଟିଛି । ତା’ଛଡା ଆମେରିକା ପରେ ମଙ୍ଗଳକୁ ସଫଳତାର ସହ ରୋଭର ପଠାଇବାରେ ସେ ହେଉଛି ଦ୍ୱିତୀୟ ଦେଶ । ସୋଭିଏତ ୟୁନିୟନ ପୂର୍ବରୁ ମଙ୍ଗଳକୁ ରୋଭର ପଠାଇଥିଲେ ମଧ୍ୟ ତାହାର ଅବତରଣର କିଛି ସମୟ ପରେ ତା’ ସହିତ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା ।