ମୁଖ୍ୟମନ୍ତ୍ରୀଙ୍କ ବନ୍ୟା ପ୍ୟାକେଜ୍ ଘୋଷଣା

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩୦୦ କୋଟି ଟଙ୍କାର ପ୍ୟାକେଜ୍‌ ଘୋଷଣା କରିଛନ୍ତି। ବନ୍ୟା ଯୋଗୁଁ ୩୩ ପ୍ରତିଶତ ଫସଲ କ୍ଷତି ହୋଇଥିବା କ୍ଷୁଦ୍ର ଓ ମଧ୍ୟମ ଚାଷୀଙ୍କୁ ସହାୟତା ମିଳିବ। ସେହିପରି ଅଣଜଳସେଚିତ ଜମି ଲାଗି ହେକ୍ଟର ପିଛା ୬୮୦୦ ଟଙ୍କା ଇନପୁଟ ସବସିଡି ମିଳିବ। ଜଳସେଚନ ଜମି ପାଇଁ ୧୩ ହଜାର ୫୦୦ ଟଙ୍କା ଓ ବାରମାସି ଫସଲ ପାଇଁ ୧୮ ହଜାର ଟଙ୍କା ମିଳିବ।

୫୦ ପ୍ରତିଶତ ସବ୍‌ସିଡିରେ ଚାଷୀମାନଙ୍କୁ ୨୦୦୦ ପମ୍ପ ସେଟ୍‌ ଦିଆଯିବ। ଏହା ସର୍ବାଧିକ ୧୫ ହଜାର ଟଙ୍କା ହେବ। ସେହିପିର ୧ ଲକ୍ଷ ଚାଷୀଙ୍କୁ ତାଲିମ ଦିଆଯିବ। ରବି ଫସଲ ପାଇଁ ଉନ୍ନତମାନର ବିହନ ଯୋଗାଇ ଦିଆଯିବ। ଏଥି ପାଇଁ ଚାଷୀଙ୍କୁ ସର୍ବାଧିକ ୭୫ ପ୍ରତିଶତ ରିହାତି ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି। ସେହିପରି ୧ ଲକ୍ଷ ଚାଷୀଙ୍କୁ ଭେଜିଟେବୁଲ କିଟ୍‌ ଦିଆଯିବ। ଏହି କିଟରେ ପାଳଙ୍ଗ, ବିନ୍‌ସ, ଟମାଟୋ, ଲଙ୍କା, ଶିମ୍ବ ଓ ମୂଳା ମଂଜି ରହିବ। ଏହାର ମୂଲ୍ୟ ୧୩୦ ଟଙ୍କା।

୧୦ ହଜାର ଛତୁଚାଷୀଙ୍କୁ ୫୦୦ ଟଙ୍କାରେ ଘର ମରାମତି ପାଇଁ ସହାୟତା ରାଶି ମିଳିବ। ସେହିପରି ରାଜ୍ୟ ସରକାର ବନ୍ୟାରେ ପ୍ରଭାବିତ ଅନ୍ୟ ଚାଷୀଙ୍କୁ ଉଚିତ ସହାୟତା ଯୋଗାଇ ଦେବାକୁ ମଧ୍ୟ ଲକ୍ଷ୍ୟ ରଖିଛନ୍ତି।