କୋଇଲା ଖଣି ଦୁର୍ନୀତି ମାମଲାରେ ଦିଲ୍ଲୀପଙ୍କୁ ତିନି ବର୍ଷ ଜେଲ ଦଣ୍ଡାଦେଶ

କୋଇଲା ଖଣି ଦୁର୍ନୀତି ମାମଲାରେ ଦିଲ୍ଲୀପଙ୍କୁ ତିନି ବର୍ଷ ଜେଲ ଦଣ୍ଡାଦେଶ

ଭୁବନେଶ୍ୱର: କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ୩ ବର୍ଷ ଜେଲ୍ ଦଣ୍ଡ । ଦିଲ୍ଲୀର ସ୍ୱତନ୍ତ୍ର ସିବିଆଇ କୋର୍ଟ ସୋମବାର ତାଙ୍କୁ ଏହି ଦଣ୍ଡାଦେଶ ଶୁଣାଇଛନ୍ତି । ୧୯୯୯ ଝାଡଖଣ୍ଡ କୋଲବ୍ଲକ ଆବଣ୍ଟନ ମାମଲାରେ ଏହି ଦଣ୍ଡାଦେଶ ମିଳିଛି । ବ୍ରହ୍ମଡିହ କୋଲବ୍ଳକ ସିଟିଏଲକୁ ଆବଣ୍ଟନ ନେଇ ଅନିୟମିତତା ଅଭିଯୋଗ ହୋଇଥିଲା । ସୋମବାର ଏହି ମାମଲାର ବିଚାର କରି ସମସ୍ତ ଦୋଷୀଙ୍କୁ ୩ ବର୍ଷ ଲେଖାଏଁ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି ସ୍ଵତନ୍ତ୍ର ଅଦାଲତ।