କୋଭିଡ୍ ନିୟମ ଉଲଂଘନକାରୀଙ୍କଠୁ ୨ କୋଟି ୧୭ ଲକ୍ଷ ଟଙ୍କା ଫାଇନ୍ ଆଦାୟ

କୋଭିଡ୍ ନିୟମ ଉଲଂଘନକାରୀଙ୍କଠୁ ୨ କୋଟି ୧୭ ଲକ୍ଷ ଟଙ୍କା ଫାଇନ୍ ଆଦାୟ

ଭୁବନେଶ୍ବର ୧୪।୪: ରାଜ୍ୟରେ ବଢୁଛି କରୋନା ସଂକ୍ରମଣ । କୋଭିଡ୍ ସଂକ୍ରମଣର ତୀବ୍ରତାକୁ ରୋକିବା ଲାଗି କଠୋର ପଦକ୍ଷେପ ନେଉଛି କମିଶନରେଟ୍ ପୋଲିସ । ବିଭିନ୍ନ ସ୍ଥାନରେ ଅମାନିଆମାନଙ୍କ ଉପରେ ମୋଟା ଅଙ୍କର ଜରିମନା କସିଛି ପୋଲିସ ପ୍ରଶାସନ।କୋଭିଡ୍ ନିୟମ ଉଲଂଘନକାରୀଙ୍କଠୁ ୭ ଦିନରେ ୨ କୋଟିରୁ ଅଧିକ ଟଙ୍କାର ଜରିମନା ଆଦାୟ କରିଛି ପୋଲିସ । ଉଲଂଘନକାରୀଙ୍କଠୁ ୨ କୋଟି ୧୭ ଲକ୍ଷ ଟଙ୍କା ଜରିମନା ଆଦାୟ କରାଯାଇଛି । ୭୫ ହଜାର ୭୭ ଜଣଙ୍କଠୁ ଫାଇନ୍ କଟାଯାଇଛି । ଆଗକୁ କୋଭିଡ୍ ନିୟମ ଆହୁରି କଡାକଡି ହେବ ବୋଲି କମିଶନରେଟ୍ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।ସେପଟେ ମାସ୍କ ଓ ସାମାଜିକ ଦୂରତା ନିୟମ ଉଲଂଘନ କରି ୯ହଜାର ୩୧ ଜଣଙ୍କଠୁ ଫାଇନ୍ ଆଦାୟ କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ କୋଭିଡ୍ ଏନଫୋର୍ସମେଣ୍ଟ ଡ୍ରାଇଭ୍ ୨୯ ଲକ୍ଷ ୪ ହଜାର ୫୦ ଟଙ୍କା ଜରିମନା ଆଦାୟ କରିଛି । ବର୍ତ୍ତମାନ ସମୟରେ ମାସ୍କ ପିନ୍ଧିବା କେତେ ଜରୁରୀ, ସେ ବାବଦରେ ଲୋକଙ୍କୁ ସଚେତନ ମଧ୍ୟ କରାଯାଉଛି ।