ବିଦ୍ୟୁତ୍‌ ଆଘାତ ଆଖିବୁଜିଲେ କମିଡିଆନ୍‌ ମିଷ୍ଟର୍‌ ଡୋଲୁ

ବିଦ୍ୟୁତ୍‌ ଆଘାତ ଆଖିବୁଜିଲେ କମିଡିଆନ୍‌ ମିଷ୍ଟର୍‌ ଡୋଲୁ

ଝାରସୁଗୁଡ଼ା,୩୧/୦୫: ଲୋକଙ୍କୁ ହସାଇ ହସାଇ ବେଦମ କରି ଦେଉଥିବା କମିଡିଆନ୍ ମିଷ୍ଟର୍ ଡୋଲୁ ଓରଫ ଡୋଳାମଣି ଦାସ ଆଉ ନାହାନ୍ତି । ସୁନ୍ଦରଗଡ଼ ଭଷ୍ମା ଥାନା ଅବନକେଲାର ଡୋଳାମଣି ଗତକାଲି ଅପରାହ୍ନ ୪ଟାରେ ଘରେ ଥିବା ଏକ କୁଲର୍ ମରାମତି କରୁଥିବାବେଳେ ବିଦ୍ୟୁତ୍ ଆଘାତ ପାଇ ଅଚେତ ହୋଇପଡ଼ିଥିଲେ । ପରିବାର ଲୋକେ ତାଙ୍କୁ ତୁରନ୍ତ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ରବିବାର ରାତି ୧୦ଟା ୩୫ ମିନିଟ୍ରେ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟାଳୟରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଛି । ସୋସିଆଲ ମିଡିଆ ବିଶେଷ କରି ୟୁଟ୍ୟୁବ୍ରେ ତାଙ୍କ ହାସ୍ୟ ଅଭିନୟ ତାଙ୍କୁ ବେଶ ଲୋକପ୍ରିୟ କରିଥିଲା । ତାଙ୍କର ଭିନ୍ନ ପ୍ରକାର ଅଭିନୟ ଶୈଳୀ ଲୋକଙ୍କୁ ତାଙ୍କ ଭିଡିଓ ଦେଖିବାକୁ ଟାଣି ନେଉଥିଲା । ତାଙ୍କ ୨୦୦ରୁ ଅଧିକ କମେଡି ଭିଡିଓ ରହିଛି । କିଛିଦିନ ପୂର୍ବରୁ ତାଙ୍କର ନୂତନ କମେଡି ଭିଡିଓ ରିଲିଜ୍ ହୋଇଥିଲା । ବହୁ ଚର୍ଚ୍ଚିତ କୁଷ୍ଟ ଚାଷୀ, କାଲୁ ଦାଦାକେ ଧୋକା, ଘନ ବେଡ଼ା, ହସ୍ପିଟାଲ୍ ନେଇ ଲାଗ୍ବା, ହଂସବାର୍ ମନା ଭଳି ଅନେକ କମେଡି କରି ଡୋଲୁ ଚର୍ଚ୍ଚାରେ ରହିଥିଲେ।