ଦାଦାବଟିକୁ ନା ଅଭିଯାନ ରେ ଆକ୍ସନ ମୋଡ଼ ରେ କମିଶନରେଟ ପୋଲିସ

ଦାଦାବଟିକୁ ନା ଅଭିଯାନ ରେ ଆକ୍ସନ ମୋଡ଼ ରେ କମିଶନରେଟ ପୋଲିସ

କଟକ: ଦାଦାବଟିକୁ ନା ଅଭିଯାନ ରେ ଆକ୍ସନ ମୋଡ଼ ରେ କମିଶନରେଟ ପୋଲିସ । ଦାଦା ବଟି ଆଦାୟ କରିବା ଅଭିଯୋଗରେ ଆଜି ଗୋଟିଏ ଦିନରେ 6 ଜଣଙ୍କୁ ଗିରଫ କରିଛି କମିଶନରେଟ ପୋଲିସ।କଟକ ବାଦାମବାଡି ଥାନା ପୋଲିସ 3 ଅଭିଯୁକ୍ତ ବାଦାମବାଡି ବସଷ୍ଟାଣ୍ଡ ରୁ ବିଭିନ୍ନ ବସ ମାନଙ୍କ ରୁ 500 ଟଙ୍କା ଲେଖାଏଁ ବଟି ନେବା ସହ ବିଭିନ୍ନ ଦୋକାନ ରୁ ମଧ୍ୟ ବଟି ଆଦାୟ କରୁଥିବା ଅଭିଯୋଗ ପରେ ବାଦାମବାଡି ଥାନା ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି।ଗିରଫ 3 ଅଭିଯୁକ୍ତ ହେଲେ ସଞୟ ବାରିକ,କେଶବ ସେଠୀ ଓ ତ୍ରିଲୋଚନ ସେଠୀ।ସେହି ଭଳି ଦରଘାବଜାର ଅଞ୍ଚଳ ରେ ଆତଙ୍କ କରି ବାଟି ମାଗିବା ଅଭିଯୋଗ ରେ ଜଣଙ୍କୁ ଗିରଫ କରିଛି ଦରଘାବଜାର ଥାନା ପୋଲିସ । ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ରିୟାଜ ଖାନ ।ରିୟାଜ ନାମ ରେ ଦରଘାବଜାର ଥାନା ରେ ପୂର୍ବରୁ ମାମଲା ରହିଥିବା କହିଛି ପୋଲିସ। ସେହିପରି କ୍ୟାଣ୍ଟମେଣ୍ଟ ଥାନ ଦୁଇ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ।