ଭୁବନେଶ୍ଵର-କଟକରେ ଗୋଷ୍ଠୀ ସଂକ୍ରମଣ ସ୍ଥିତି ଉପୁଜିଲାଣି

ଭୁବନେଶ୍ଵର-କଟକରେ ଗୋଷ୍ଠୀ ସଂକ୍ରମଣ ସ୍ଥିତି ଉପୁଜିଲାଣି

ଭୁବନେଶ୍ୱରଭୁବନେଶ୍ୱର କଟକରେ ଗୋଷ୍ଠୀ ସଂକ୍ରମଣ ଭଳି ସ୍ଥିତି ଉପୁଜିଲାଣି ଜଣେ ଲୋକ ଏକାଧିକ ଲୋକଙ୍କୁ ସଂକ୍ରମିତ କରୁଛନ୍ତି ରାଜ୍ୟର ଏହି ପ୍ରମୁଖ ଦୁଇ ସହରରେ ଏବେ ଗୋଷ୍ଠୀ ସଂକ୍ରମଣ ଭଳି ସ୍ଥିତି ଉପୁଜିଲାଣି ବୋଲି ସ୍ବାସ୍ଥ୍ୟ ବିଭାଗ ନିର୍ଦେଶକ କହିଛନ୍ତି ରାଜଧାନୀ ଭୁବନେଶ୍ଵରରେ ଜଣେ ଏକାଧିକ ବ୍ୟକ୍ତିଙ୍କୁ ସଂକ୍ରମିତ କରୁଛନ୍ତି ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି ଯେହେତୁ ଭୁବନେଶ୍ୱରକୁ ଏକାଧିକ ଲୋକ ବାହାରୁ ଆସୁଛନ୍ତି ସେଥିଲାଗି ସଂକ୍ରମିତଙ୍କ ସଂଖ୍ୟା ବଢୁଛି ବୁଧବାର ରାଜ୍ୟରେ ହଜାରରୁ ଅଧିକ ପଜିଟିଭ୍ କେସ୍ ସାମ୍ନାକୁ ଆସିବା ଏହା ସୂଚାଉଛି ତେବେ ସଂକ୍ରମିତଙ୍କୁ ଚିକିତ୍ସା ଲାଗି ରାଜ୍ୟ ପ୍ରସ୍ତୁତ ରହିଛି କରୋନା ରୋଗୀଙ୍କ ପାଇଁ ପର୍ଯ୍ୟାପ୍ତ ବେଡ୍ ରହିଛି ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ପଶ୍ଚିମ ଓଡ଼ିଶାରେ ରୋଗୀ ଅଧିକ ଭର୍ତ୍ତି ହେଉଛନ୍ତି ଯେଉଁଠି ଆବଶ୍ୟକ ବେଡ୍ ସଂଖ୍ୟା ବଢ଼ାଯାଉଛି ବୋଲି ସେ କହିଛନ୍ତି ପୂର୍ବ ଷ୍ଟ୍ରାଟେଜିକୁ ବଦଳାଇ ସ୍ପେଶାଲ ଷ୍ଟ୍ରାଟେଜି ଦରକାର ବୋଲି କହିଛନ୍ତି ଭୁବନେଶ୍ୱର ଏମସର ପୂର୍ବତନ ନିର୍ଦ୍ଦେଶକ ଡାକ୍ତର ଅଶୋକ ମହାପାତ୍ର। ରଖିଛନ୍ତି। ସେ ଆହୁରି କହିଛନ୍ତି ଭୁବନେଶ୍ୱରରେ କଟକଣା ଅଧିକ ରହିବା ଦରକାର, ନଚେତ୍ ସ୍ଥିତି ଅସମ୍ଭାଳ ହେବ। ପରିବା, ମାଛ ମାର୍କେଟ ମଦ ଦୋକାନ ସଂକ୍ରମଣ ବୃଦ୍ଧିର ମୁଖ୍ୟ କାରଣ ବୋଲି ମଧ୍ୟ ସେ କହିଛନ୍ତି।