ଘନୀଭୂତ ହେଲା ଲଘୁଚାପ

ଘନୀଭୂତ ହେଲା ଲଘୁଚାପ

ଭୁବନେଶ୍ୱର: ଆଜି ସକାଳ ପାଣିପାଗ ତଥ୍ୟର ବିଶ୍ଳେଷଣ ଅନୁସାରେ ଗତ କାଲି କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ତାର ଆଖପାଖ ଅଞ୍ଚଳରେ ଥିବା ଘୁର୍ନିବଳୟ ପ୍ରଭାବରେ ଆଜି କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏଖ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ପରବର୍ତୀ ୨୪ ଘଣ୍ଟାରେ ଏହି ଲଘୁଚାପ ଆହୁରି ଘନୀଭୂତ ହେବାର ସମ୍ଭାବନା ଅଛି | କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି ଏହି ଲଘୁଚାପ ଆଗାମୀ ୪୮ ଘଣ୍ଟାରେ ଉତ୍ତର-ପଶ୍ଚିମ ଏବଂ ପରବର୍ତୀ ୩ ଦିନ ପର୍ଯ୍ୟନ୍ତ ଉତ୍ତର-ଉତ୍ତର-ପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ଥିବା ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର |