ଖୋର୍ଦ୍ଧା ଜିଲ୍ଲା ରେ ଥିବା ବିଭିନ୍ନ ଜମି କୁ ସରକାର ଘରୋଇ ସଂସ୍ଥା କୁ ଟେକି ଦେବା ବିରୋଧ ରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ

ଖୋର୍ଦ୍ଧା ଜିଲ୍ଲା ରେ ଥିବା ବିଭିନ୍ନ ଜମି କୁ ସରକାର ଘରୋଇ ସଂସ୍ଥା କୁ ଟେକି ଦେବା ବିରୋଧ ରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ

ଭୁବନେଶ୍ୱର: କିଛି ଦିନ ତଳେ ଉଦ୍ୟାନ ବିଭାଗ ରେ ଥିବା ଏକାମ୍ବ୍ର ଫାର୍ମ ପାର୍କ କୁ ସାଧାରଣ ପ୍ରଶାସନ ବିଭାଗ କୁ ହସ୍ତାନ୍ତର କରିବା ପାଇଁ ଚିଠି ଲେଖା ହୋଇଥିଲା ।ସେହିପରି ଖୋର୍ଦ୍ଧା ଜିଲ୍ଲା ର ବିଭିନ୍ନ ବ୍ଲକ ରେ ଥିବା ଖେଳ ପଡିଆ ମଶାଣି ଓ ମେଳଣ ପଡିଆ କୁ ଚକ୍ରାନ୍ତ କରି ସରକାର ହତେଇବା ପାଇଁ ଚେଷ୍ଟା କରିଥିବା ଅଭିଯୋଗ କରିଛି କଂଗ୍ରେସ । ସରକାର ଏହି ନିଷତି ପ୍ରତ୍ୟାହାର ନ କଲେ ଆଗାମୀ ଦିନ ରେ କଂଗ୍ରେସ ରାଜରାସ୍ତାକୁ ଓଲ୍ହାଇବ ବୋଲି ଧମକ ଦେଇଛି । ସରକାରଙ୍କ ଏଭଳି ନିଷ୍ପତି ବିରୋଧ କରି ରାଜ୍ୟପାଳ ଙ୍କୁ ଜିଲ୍ଲା କଂଗ୍ରେସ ତରଫରୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି ।