କଂଗ୍ରେସର ଖେତି ବଞ୍ଚାଓ ଯାତ୍ରା

କଂଗ୍ରେସର ଖେତି ବଞ୍ଚାଓ ଯାତ୍ରା

ଭୁବନେଶ୍ୱର: କଂଗ୍ରେସ ଭବନରୁ ଯାତ୍ରା ବାହାରି କଟକ ଅଭିମୁଖେ ଯାଉଛି। 10 ରୁ ଅଧିକ ଟ୍ରାକଟର ରେ ଓଡିଶା କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାରଙ୍କ ସମେତ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବିଧାୟକ ସୁରେଶ ରାଉତରାୟ ପ୍ରମୁଖ ବରିଷ୍ଠ ନେତାମାନେ କଟକ ଅଭିମୁଖେ ଯାତ୍ରା କରୁଛନ୍ତି। କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣୟନ ହୋଇଥିବା କୃଷକ ଆଇନ ବିରୋଧରେ କଂଗ୍ରେସର ଏହି ବ୍ୟାପକ ଆନ୍ଦୋଳନର ଶୁଭାରମ୍ଭ। କଟକରେ ଆଜିର ଟ୍ରାକ୍ଟର ଯାତ୍ରା ଶେଷ ହେବାକୁ ଥିବବେଳେ ସରକାର ଙ୍କ ଏହି କୃଷି ଓ କୃଷକ ମାରଣ ନିୟମ ବିରୋଧରେ ଗାଁ ଗାଁରେ ଆନ୍ଦୋଳନ ପାଇଁ କଂଗ୍ରେସ ବ୍ୟାପକ ପ୍ରସ୍ତୁତି କରିଥିବା କହିଛନ୍ତି କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର।