ରାଜ୍ୟର ୩୦ ଜିଲ୍ଲାରୁ ଆଜି ଆଉ ୩୩୮୪ କୋରୋନା ରୋଗୀ ଚିହ୍ନଟ

ରାଜ୍ୟର ୩୦ ଜିଲ୍ଲାରୁ ଆଜି ଆଉ ୩୩୮୪ କୋରୋନା ରୋଗୀ ଚିହ୍ନଟ

ରାଜ୍ୟରେ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଦିନକୁ ଦିନ ରାଜ୍ୟରେ ଚିହ୍ନଟ ହେଉଛନ୍ତି ରେକର୍ଡ ସଂଖ୍ୟକ ସଂକ୍ରମିତ । କାଲିର ରେକର୍ଡ ଆଜି ଭାଙ୍ଗିଲା ଭଳି ରାଜ୍ୟରେ ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ଶୀର୍ଷ ଛୁଉଁଛି । ଗତ ସପ୍ତାହେ ହେଲା ରାଜ୍ୟରେ ଦୈନିକ ୨ ହଜାରରୁ ଅଧିକ କରୋନା ସଂକ୍ରମିତ ଠାବ ହେଉଥିବା ବେଳେ ଦୁଇ ଦିନ ହେବ ୩ହଜାର ଉପରେ ଚିହ୍ନଟ ହେଉଛନ୍ତି ଆକ୍ରାନ୍ତ ।  ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୯୦ ହଜାର ପାର କଲାଣି । ତେବେ ଆଜି ମଧ୍ୟ ସାରା ଓଡିଶାରୁ ୩୩୮୪ ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସରକାରଙ୍କ ତରଫରୁ ସୂଚନା ଦିଆଯାଇଛି ।

ଆଜି ରାଜ୍ୟରେ ସର୍ବାଧିକ ୩୩ ଶହ ୮୪ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ ସଂଗରୋଧ କେନ୍ଦ୍ରରୁ ୨୧ ଶହ ୨୮ ଜଣ ଚିହ୍ନଟ ହୋଇଥିବା ବେଳେ ବାକି ୨୧୨୮ ଜଣ ହେଉଛନ୍ତି ଲୋକାଲ୍ କେସ୍ । ତେବେ ଆଜି ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ଏବେ ୯୦ ହଜାର ୯୮୬କୁ ବୃଦ୍ଧି ପାଇଛି । ସେହିପରି ଦିନିକିଆ ସଂକ୍ରମଣ ମାମଲାରେ ଗଂଜାମକୁ ଟପିଚାଲିଛି ଖୋର୍ଧା । ଆଜି ବି ଖୋର୍ଧାରେ ସର୍ବାଧିକ ୫୮୭ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କଟକରେ ୪୯୨ଜଣ ଗଂଜାମରୁ ୧୭୭ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯୦୯୮୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୨୭୬୭୨ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୬୨୮୧୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୧୫୫୩୨୫୭ଟି ସାମ୍ପୁଲ ଟେଷ୍ଟ୍ ହୋଇଛି ।