ସମସ୍ତ ପ୍ରାଇଭେଟ ହସ୍ପିଟାଲ, କ୍ଲିନିକ, ନର୍ସିଂହୋମମାନଙ୍କରେ କରୋନା ରୋଗୀଙ୍କ ଚିକିତ୍ସା କରାଯିବ: ରାଜ୍ୟ ସରକାରଙ୍କ ନିଷ୍ପତ୍ତି

ସମସ୍ତ ପ୍ରାଇଭେଟ ହସ୍ପିଟାଲ, କ୍ଲିନିକ, ନର୍ସିଂହୋମମାନଙ୍କରେ କରୋନା ରୋଗୀଙ୍କ ଚିକିତ୍ସା କରାଯିବ: ରାଜ୍ୟ ସରକାରଙ୍କ ନିଷ୍ପତ୍ତି

ଅହମ୍ମଦାବାଦ ୨୧। ୪: ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ, ସମସ୍ତ ପ୍ରାଇଭେଟ ହସ୍ପିଟାଲ, କ୍ଲିନିକ, ନର୍ସିଂହୋମମାନଙ୍କରେ କରୋନା ରୋଗୀଙ୍କ ଚିକିତ୍ସା କରାଯିବ। କରୋନା ର ସଂକ୍ରମଣ ବୃଦ୍ଧିକୁ ଦେଖି ଗୁଜୁରାଟ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି । ଏଣିକି ରାଜ୍ୟର ସମସ୍ତ ବେସରକାରୀ ହସ୍ପିଟାଲରେ କରୋନା ରୋଗୀ ଚିକିତ୍ସିତ ହୋଇପାରେ । ରାଜ୍ୟ ସରକାରଙ୍କ ବିନା ଅନୁମତିରେ ପ୍ରାଇଭେଟ ହସ୍ପିଟାଲରେ କରୋନୀ ରୋଗୀ ଚିକିତ୍ସିତ ହୋଇପାରିବେ। କରୋନା ସଂକ୍ରମଣକୁ ହ୍ରାସ କରିବା ପାଇଁ ମୁଖ୍ୟମନ୍ତ୍ରୀ ବିଜୟ ରୁପାନି ଏହି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି । ଏଥିପାଇଁ ସରକାରଙ୍କ ଠାରୁ ଅନୁମତି ଆଣିବାର ଆବଶ୍ୟକତା ନାହିଁ । ଏହି ଚିକିତ୍ସା ପୂର୍ବରୁ କେବଳ ଜିଲ୍ଲାପାଳଙ୍କୁ ଅବଗତ କରିବାକୁ ପଡ଼ିବ । ଆସନ୍ତା ଜୁନ ମାସ ୧୫ ତାରିଖ ପର୍ଯ୍ୟନ୍ତ ଏହି ଚିକିତ୍ସା ଚାଲୁ ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହାବ୍ୟତୀତ କରୋନା ରୋଗୀଙ୍କ ଚିକିତ୍ସା କରୁଥିବା ସମସ୍ତ ମେଡିକାଲ ଓ ପାରାମେଡିକାଲ କର୍ମଚାରୀଙ୍କୁ ପ୍ରୋତ୍ସାହନ ରାଶି ଦେବା ପାଇଁ ଘୋଷଣା କରିଛନ୍ତି । କର୍ମଚାରୀମାନେ ଜୁଲାଇ ୩୦ ପର୍ଯ୍ୟନ୍ତ ତିନି ମାସର ଅଲଗା ଦରମା ପ୍ରୋତ୍ସାହନ ରାଶି ଆକାରରେ ପାଇବେ ବୋଲି କୁହାଯାଇଛି ।