ସବୁ ଜିଲ୍ଲାରୁ ଆରୋଗ୍ୟ ହୋଇ ଘରକୁ ଫେରିଲେ ୨୫୦୧ ଆକ୍ରାନ୍ତ

ସବୁ ଜିଲ୍ଲାରୁ ଆରୋଗ୍ୟ ହୋଇ ଘରକୁ ଫେରିଲେ ୨୫୦୧ ଆକ୍ରାନ୍ତ

ଭୁବନେଶ୍ଵର ୨୮।୦୮: ଯେମିତି ନୂତନ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ସେହି ସଂଖ୍ୟାରେ ମଧ୍ୟ ରୋଗୀ ସୁସ୍ଥ ହୋଇ ଘରକୁ ଫେରୁଛନ୍ତି। ଆଜି ଗୋଟିଏ ଦିନରେ ଓଡିଶାରେ ସର୍ବାଧିକ ୩୬୮୨ ରୋଗୀ ଚିହ୍ନଟ ହେବା ପରେ ଗତ ୨୪ ଘଣ୍ଟାରେ ସମସ୍ତ ୩୦ ଜିଲ୍ଲାରୁ ୨୫୦୧ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହା ପରେ ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ୬୭,୮୨୬କୁ ବୃଦ୍ଧି ଘଟିଛି। ଏହା ସହିତ ସୁସ୍ଥହାର ମଧ୍ୟ  ବଢି ଚାଲିଛି, ଯାହା ସ୍ଵାସ୍ଥ୍ୟ ବିଭାଗ ପାଇଁ ଆଶ୍ଵସ୍ତିକର ଖବର। ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟ୍ଵିଟ୍ ଯୋଗେ ଏହି ସୂଚନା ଦିଆଯାଇଛି।