କରୋନା ନେଲା ଯାଆଁଳା ଭାଇଙ୍କ ଜୀବନ

କରୋନା ନେଲା ଯାଆଁଳା ଭାଇଙ୍କ ଜୀବନ

ନୂଆଦିଲ୍ଲୀ, ୧୮: ଉତ୍ତରପ୍ରଦେଶର ମେରଠରେ କରୋନାର ହିଂସାତ୍ମକ ରୂପ ଦେଖିବାକୁ ମିଳିଛି ସାଥୀ ହୋଇ ଭୂପୃଷ୍ଠରେ ପାଦ ଦେଇଥିବା ଯାଆଁଳା ଭାଇଙ୍କ ଜୀବନ ପ୍ରଦୀପ ଏକସଙ୍ଗେ ଲିଭିଯାଇଛି ସୂଚନା ଅନୁଯାୟୀ, ମେରଠରେ ରହୁଥିବା ଗ୍ରେଗରୀ ରେମଣ୍ଡ ରାଫେଲଙ୍କ ଦୁଇ ଯାଆଁଳା ପୁଅ ଇଞ୍ଜିନିୟର ଥିଲେ ଗତ ମାସ ୨୩ ତାରିଖରେ ଦୁଇଭାଇ ନିଜର ୨୪ତମ ଜନ୍ମଦିବସ ପାଳନ କରିଥିଲେ ତେବେ ଏହା ସେମାନଙ୍କର ଶେଷ ଜନ୍ମ ଉତ୍ସବ ଥିଲା ବୋଲି ଦୁଇଭାଇ ଜାଣିନଥିଲେ ଜନ୍ମଦିନର ପରଦିନ ଦୁଇଭାଇ କରୋନାରେ ଆକ୍ରାନ୍ତରେ ହୋଇଥିବା ବେଳେ ଏବେ ସେମାନଙ୍କର ମୃତ୍ୟୁ ଘଟିଛି