କରୋନାର ନୁଆ ଲକ୍ଷଣ

କରୋନାର ନୁଆ ଲକ୍ଷଣ

ନୁଆ ରୁପ ଏବଂ ଲକ୍ଷଣ ସହିତ ପୁଣି ଫେରିଛି କରୋନା । ଉକ୍ତ ଲକ୍ଷଣ ଗୁଡିକ ହେଲା; ଦେହ ହାତ ଅବଶ ଲାଗିବା, ଭୋକ ନହେବା, ମୁଣ୍ଡ ବିନ୍ଧାହେବା, ପତଳା ଝାଡା ଦିନକୁ ୪ରୁ ୫ଥର ହେବା, ଚର୍ମ ରୋଗ, ଗଳାରେ ଦରଜ ଅନୁଭବ କରିବା, ନାକ ଚୁଣ୍ଟି ହେବା, ସାମନ୍ୟ କାଶ ସହ ଛାତିରେ ଯନ୍ତ୍ରଣା ହେବା । ଏହିସବୁ ଅନୁଭୁତ ହେଲେ ଆପଣ ମାନେ ଶୀଘ୍ର ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ । ତେଣୁ ପୁର୍ବାପେକ୍ଷା ଏବେ ଅଧିକ ସଚେତନ ରହିବା ଆବଶ୍ୟକ । ଗତକାଲି ମୁଖ୍ୟମନ୍ତ୍ରୀ ସମ୍ବୋଧନ କରି ଲୋକଙ୍କୁ ମାସ୍କ ପିନ୍ଧିବା ପାଇଁ ଅପିଲ୍ କରିଥିଲେ । ଏଥିସହିତ କରୋନା କଟକଣାକୁ ମାନିବାକୁ ମଧ୍ୟ ଅନୁରୋଧ କରିଥିଲେ ।ବିଭିନ୍ନ ରାଜ୍ୟମାନଙ୍କ ଏବେ କୋଭିଡ୍ ନିୟମ କୁ କଡାକଡି କରାଯାଇଛି । ଏଥିସହିତ ଟିକାକରଣକୁ ମଧ୍ୟ ବଢ଼ାଇ ଦିଆଯାଇଛି । ସମସ୍ତ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଟିକାକରଣ ମାଗଣା ହେଉଥିବା ବେଳେ ବେସରକାରୀ ସ୍ୱାସ୍ଥ୍ୟକେନ୍ଦ୍ର ମାନଙ୍କରେ ଟିକାର ମୁଲ୍ୟ ୧୫୦ ଟଙ୍କା ରହିଛି ଏବଂ ସର୍ଭିସ୍ ଚାର୍ଜ ୧୦୦ଟଙ୍କା ରହିଛି । ଟିକା ନେବା ପୁର୍ବରୁ କୋୱିନ୍-୨.୦ ଆପ୍ ଡାଉନଲୋଡ୍ କରି ସେଥିରେ ରେଜିଷ୍ଟ୍ରେସନ୍ କରିବାକୁ କୁହାଯାଉଛି । ବର୍ତ୍ତମାନ ତଥା ମାର୍ଚ୍ଚ ୧ ତାରିଖରୁ ୪୫-୬୦ ବର୍ଷର ବ୍ୟକ୍ତିବିଶେଷଙ୍କୁ ଟିକା ଦିଆଯାଉଛି । ଯାହା ଏବେ ଜାରି ରହିଛି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପକ୍ଷରୁ ସଚେତନ କରାଯାଇଛି ।