ବିଶେଷଜ୍ଞଙ୍କ ମତ: ମାସେବ୍ୟାପୀ ସମୟ ରହିପାରେ କରୋନା ଭୂତାଣୁ ଛୋଟ ପିଲାଙ୍କ ନାକ ଓ ତଣ୍ଟିରେ

ବିଶେଷଜ୍ଞଙ୍କ ମତ: ମାସେବ୍ୟାପୀ ସମୟ ରହିପାରେ କରୋନା ଭୂତାଣୁ ଛୋଟ ପିଲାଙ୍କ ନାକ ଓ ତଣ୍ଟିରେ

ଭୁବନେଶ୍ବର୩୦/୮: ଛୋଟ ପିଲାଙ୍କ ନାକ ଓ ତଣ୍ଟିରେ ମାସେ ଧରି ରହିପାରେ କରୋନା ଭୂତାଣୁ। ଦକ୍ଷିଣ କୋରିଆର ବିଶେଷଜ୍ଞମାନେ ଏଭଳି କିଛି ଖୁଲାସା କରିଛନ୍ତି। ଛୋଟ ଛୋଟ ପିଲାଙ୍କ ପାଖରେ କୌମସି ସିମ୍‌ଟମ ନଥିଲେ ମଧ୍ୟ ସେମାନଙ୍କ ନାକରେ କରୋନା ଭାଇରସ ରହିଥିବାର ଦେଖାଯାଇଛି।

ଛୋଟ ପିଲାଙ୍କ ନାକରେ ରହୁଛନ୍ତି କରୋନା ଭାଇରସ।  ଲକ୍ଷଣ ନଥିବ ସବୁ କିଛି ସାଧାରଣ ଲାଗୁଥିବ କିନ୍ତୁ ନାକ କିମ୍ବା ତଣ୍ଟିରେ ରହିଥିବେ କରୋନା ଭାଇରସ। ସେ ପୁଣି ମାସାଧିକ କାଳ ପର୍ଯ୍ୟନ୍ତ। ଯେହେତୁ ସେମାନଙ୍କର କୌଣସି ଲକ୍ଷଣ ନଥିବ ତେଣୁ ସେମାନେ ଅନ୍ୟମାନଙ୍କୁ ସଂକ୍ରମିତ କରିପାରନ୍ତି। ଏଭଳି ପିଲାଙ୍କ ପାଖରେ କରୋନା ଡିଟେକ୍ଟ କରିବା ବି କଷ୍ଟସାଧ୍ୟ ହୋଇଥାଏ। ଦକ୍ଷିଣ କୋରିଆର କିଛି ବିଶେଷଜ୍ଞ ଏଭଳି କିଛି ଖୁଲାସା କରିଛନ୍ତି। ଏହାଦ୍ବାରା କରୋନା କେମିତି ସାଇଲେଣ୍ଟ ସ୍ପ୍ରେଡ କରୁଛି ତାହା ଅନୁଧ୍ୟାନ କରାଯାଇପାରିବ ବୋଲି ସେମାନେ ମତ ଦେଇଛନ୍ତି।

ବିଶେଷଜ୍ଞଙ୍କ କହିବା କଥା ଯେହେତୁ ଅଧିକ ସଂଖ୍ୟାରେ ଲକ୍ଷଣଯୁକ୍ତ ରୋଗୀଙ୍କ ଉପରେ ଆମର ଅନୁଧ୍ୟାନ ଫୋକସ କରୁଛି। ତେଣୁ ୮୫ ପ୍ରତିଶତ ଲକ୍ଷଣନଥିବା ସଂକ୍ରମିତ ପିଲାମାନଙ୍କ ଉପରେ ନଜର ରହିନଥାଏ। ତେବେ ସଂକ୍ରମିତ ପିଲାମାନେ ପାଖାପାଖି ୩ ସପ୍ତାହ ପର୍ଯ୍ୟନ୍ତ କୋଭିଡ ଭୂତାଣୁ ନିଜ ନାକରେ ରଖିଥାନ୍ତି। ସେମାନଙ୍କ ମଧ୍ୟରୁ କିଛି ପରବର୍ତ୍ତୀ ସମୟରେ ଲକ୍ଷଣ ପ୍ରକାଶ କରିଥାନ୍ତି। ହେଲେ ଏହି ସମୟରେ ସେମାନଙ୍କ ଠାରୁ ଅନ୍ୟମାନେ ସଂକ୍ରମିତ ହୋଇଥାନ୍ତି। ବିଶ୍ବବ୍ୟାପୀ କରୋନା ସମୟରେ ସ୍କୁଲ ଖୋଲିବା ପାଇଁ ଚିନ୍ତା କରାଯାଉଥିବା ବେଳେ ଏଭଳି ଏକ ରିସର୍ଚ୍ଚ କିନ୍ତୁ ଚେତାବନୀ ସଦୃଶ ହୋଇଛି। ପାଖାପାଖି ୯୦ ଜଣ ପିଲାଙ୍କୁ ନେଇ ଅନୁଧ୍ୟାନ କରାଯାଇଥିଲା। ଅଗଷ୍ଟ ୨୮ ତାରିଖ ଦିନ ଏହି ଅନୁଧ୍ୟାନ ରିପୋର୍ଟ ପ୍ରକାଶ ପାଇଛି।