କୋଷ୍ଟାର ଅସୀଫଙ୍କ ଆତ୍ମହତ୍ୟା!

କୋଷ୍ଟାର ଅସୀଫଙ୍କ ଆତ୍ମହତ୍ୟା!

ନୂଆଦିଲ୍ଲୀ: ବଲିଉଡ ଜଗତ ପାଇଁ ଆସିଛି ଆଉ ଏକ ଦୁଃଖଖବର ।  ଆତ୍ମହତ୍ୟା କରିଛନ୍ତି ବଲିଉଡ ଅଭିନେତା ଆସିଫ ବସରା । ହିମାଚଳ ପ୍ରଦେଶର ଧର୍ମଶାଳାରେ ଥିବା ତାଙ୍କ ବାସଭବନରେ ସେ ଆତ୍ମହତ୍ୟା କରିଛନ୍ତି । ଘର ଭିତରୁ ଆଶିଫଙ୍କ ଝୁଲନ୍ତା ମୃତଦେହକୁ ଉଦ୍ଧାର କରିଛି ପୋଲିସ । ଆଜି ସକାଳ  ଅଭିନେତା ଜଣକ ଆତ୍ମହତ୍ୟା କରିଥିବା ବେଳେ ଖବର ପାଇଥିଲା ପୋଲିସ । ଖବର ପାଇବା ପରେ ଫରେନ୍ସିକ ଟିମ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ତେବେ ଆସିଫ କାହିଁକି ଆତ୍ମହତ୍ୟା କରିଛନ୍ତି ତାହାର କୌଣସି ସୂଚନା ମିଳିପାରିନାହିଁ । ତେବେ ଅଭିନେତା ଜଣକ ରଶିରେ ଫାଶି ଲଗାଇଥିବା ଜଣାପଡିଛି । ତେବେ ଆସିଫ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି, ସେନେଇ ପୋଲିସ ତଦନ୍ତ ଜାରି ରଖିଛି ।