ଦ୍ୱନ୍ଦରେ କଟକ ଦଶହରା – ଅନିଶ୍ଚିତତାରେ କମିଟି ଓ କାରିଗର

ଦ୍ୱନ୍ଦରେ କଟକ ଦଶହରା – ଅନିଶ୍ଚିତତାରେ କମିଟି ଓ କାରିଗର

ଚଳିତ ବର୍ଷ ଭାଇଚାରାର ସହର କଟକର ଦୁର୍ଗାପୂଜା କରୋନା କଟକଣା ଯୋଗୁଁ ଅନିଶ୍ଚିତତା ଭିତରେ ରହିଛି           । ଏ ନେଇ କଟକବାସୀ ଅନେକ ଆଶା ବାନ୍ଧି ବସିରହିଛନ୍ତି।

ତେବେ କଟକ ଜିଲ୍ଲାପାଳ ଭବନାଶଙ୍କର ଚୟନୀ ଗଣମାଧ୍ୟମକୁ କହିଛନ୍ତି ଯେ, ଚଳିତବର୍ଷ ସାର୍ବଜନୀନ ଦଶହରାର କୌଣସି ପୂଜା ମଣ୍ଡପରେ ସାଜ୍ଜସଜ୍ଜା କିମ୍ବା ଗହଳି କରିବାକୁ ଦିଆଯିବ ନାହିଁ। ଅପରପକ୍ଷରେ ଏ ପର୍ଯ୍ୟନ୍ତ ପୂଜାକୁ ନେଇ କୌଣସି ବୈଠକ ଡକାଯାଇନାହିଁ।

ଉଲ୍ଲେଖଯୋଗ୍ୟ ଯେ, ଗତ ଜନ୍ମାଷ୍ଟମୀ ତିଥିରୁ ମୃଣ୍ମୟୀ ଦେବୀଙ୍କ ପ୍ରତିମୂର୍ତ୍ତି ନିର୍ମାଣ ପାଇଁ ବିଭିନ୍ନ ପୂଜା କମିଟି ମାଟି ଅନୁକୂଳ କରିସାରିଛନ୍ତି । ଡିସିପିଙ୍କ କଟକଣା ଅନୁଯାୟୀ ମାତ୍ର ୪ ରୁ ୫ ଜଣ କର୍ମକର୍ତ୍ତାଙ୍କୁ ନେଇ ବିନା ଶୋଭାଯାତ୍ରାରେ ମାଠି ଉଠା ରୀତି ସମ୍ପନ୍ନ କରାଯାଇଛି । ତେବେ ମାଟି ଅନୁକୂଳ ସରିଯାଇଛି ସତ, ମାତ୍ର ମାଙ୍କ ମୃଣ୍ମୟୀ ମୂର୍ତ୍ତି ଗଢ଼ାକୁ ନେଇ ଏଯାଏଁ ଆଶା ଆଶଙ୍କାରେ ରହିଛନ୍ତି ବିଭିନ୍ନ କମିଟି ଓ କାରିଗରମାନେ।