ରାଜ୍ୟରେ ଆଜି ୧୨୩୯୦ କୋରୋନା ପଜିଟିଭ ଚିହ୍ନଟ, ୨୨ ଜଣଙ୍କ ମୃତ୍ୟୁ

ରାଜ୍ୟରେ ଆଜି ୧୨୩୯୦ କୋରୋନା ପଜିଟିଭ ଚିହ୍ନଟ, ୨୨ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ ଆଜି ପୁଣି ୧୨ ହଜାର ଟପିଲା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୨ ହଜାର ୩୯୦ ଆକ୍ରାନ୍ତ ଚିହ୍ନଟ । ସଂଗରୋଧରୁ ୯ ହଜାର ୯୩୮ ଏବଂ ସ୍ଥାନୀୟ ଅଞ୍ଚଳରୁ ୫ ହଜାର ୪୫୨ ଚିହ୍ନଟ ।

ରାଜ୍ୟରେ ଆଜି ୨୨ ଜଣଙ୍କ ମୁଣ୍ଡ ନେଲା କିଲର ଭାଇରସ କୋରୋନା । ଓଡ଼ିଶାରେ ମୋଟ କୋରୋନା ମୃତ୍ୟୁ ସଂଖ୍ୟା ୨୨୭୩କୁ ବୃଦ୍ଧି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪, ଅନୁଗୁଳରୁ ୩ ଆକ୍ରାନ୍ତଙ୍କ ମୃତ୍ୟୁ ।