ଆଜି ରାଜ୍ୟରେ ୧୦,୭୫୭ କରୋନା ପଜିଟିଭ୍ ଚିହ୍ନଟ, ୨୨ ଜଣଙ୍କର ମୃତ୍ୟୁ

ଆଜି ରାଜ୍ୟରେ ୧୦,୭୫୭ କରୋନା ପଜିଟିଭ୍ ଚିହ୍ନଟ, ୨୨ ଜଣଙ୍କର ମୃତ୍ୟୁ

ଭୁବନେଶ୍ୱର:  ଆଜି ରାଜ୍ୟରେ ୧୦,୭୫୭ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୬୦୨୪ ଓ ସ୍ଥାନୀୟ ଅଞ୍ଚଳରୁ ୪୭୩୩ ଜଣ ଚିହ୍ନଟ ହୋଇଛନ୍ତି । ଆଜି କଟକ ଜିଲ୍ଲାରୁ ସର୍ବାଧିକ ୯୭୩ ଜଣ ଓ ଖୋର୍ଦ୍ଧାରୁ ୯୦୯ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬ ଲକ୍ଷ ୨୨ ହଜାର ୯୮୧ରେ ପହଞ୍ଚିଛି । ରାଜ୍ୟରେ ସୁସ୍ଥ ସଂଖ୍ୟା ୫ ଲକ୍ଷ ୧୪ ହଜାର ୫୩୨ ରହିଥିବା ବେଳେ ୧ ଲକ୍ଷ ୬ ହଜାର ୬୧ ଜଣ ଚିକିତ୍ସିତ ହେଉଛନ୍ତି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଆଜି ରାଜ୍ୟରେ ୨୨ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୨୩୩୫କୁ ବୃଦ୍ଧି ପାଇଛି । ଆଜି ଖୋର୍ଦ୍ଧା, ରାୟଗଡ଼ା, ନୂଆପଡ଼ା, ସୁନ୍ଦରଗଡ଼, କୋରାପୁଟ ଓ ବୌଦ୍ଧ ଜିଲ୍ଲାରୁ ୩ ଜଣ ଲେଖାଏଁ ମୃତ୍ୟୁବରଣ କରିଛନ୍ତି । ସେହିପରି ଅନୁଗୁଳରୁ ୨ ଜଣ, ଗଜପତି ଓ ପୁରୀ ଜିଲ୍ଲାରୁ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।