ରାଜ୍ୟରେ ଆଉ ୪୮୦ କୋରୋନା ଆକ୍ରାନ୍ତ ଚିହ୍ନଟ, ଆଉ ୬ ଜୀବନ ନେଲା କୋରୋନା

ରାଜ୍ୟରେ ଆଉ ୪୮୦ କୋରୋନା ଆକ୍ରାନ୍ତ ଚିହ୍ନଟ, ଆଉ ୬ ଜୀବନ ନେଲା କୋରୋନା

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୪୮୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୨୦୪ ସ୍ଥାନୀୟ ଆକ୍ରାନ୍ତ ସାମିଲ ଅଛନ୍ତିା ସେହିପରି ୨୭୬ ଜଣଙ୍କୁ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ କରାଯାଇଛି । ଏହା ସହିତ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧୯୫୮୩ ରେ ପହଞ୍ଚିଛି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି

ରାଜ୍ୟରେ ଆଉ ୬ ଜୀବନ ନେଲା କୋରୋନା । ଗଞ୍ଜାମରେ ସର୍ବାଧିକ ୨ ଜଣଙ୍କ ଜୀବନ ନେଲା କୋରୋନା । ଭୁବନେଶ୍ବର, ବାଲେଶ୍ବରରେ ଜଣେ ଲେଖାଏଁ ମୃତ । ଝାରସୁଗୁଡ଼ା ଓ ମୟୂରଭଞ୍ଜରେ ଜଣେ ଲେଖାଏଁ ମୃତ । ରାଜ୍ୟରେ କୋରୋନା ମୃତ୍ୟୁ ସଂଖ୍ୟା ୧୭୫୦କୁ ବୃଦ୍ଧି।