ଆଜି ରାଜ୍ୟରେ ୨୯୭ ଜଣ ପଜିଟିଭ ଚିହ୍ନଟ

ଆଜି ରାଜ୍ୟରେ ୨୯୭ ଜଣ ପଜିଟିଭ ଚିହ୍ନଟ

ଭୁବନେଶ୍ୱର, ୩୧ ।୩ : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଆଜି ପୁଣି ୨୯୭ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୧୭୪ ଓ ସ୍ଥାନୀୟ ଅଞ୍ଚଳରୁ ୧୨୩ ଜଣ ଚିହ୍ନଟ ହୋଇଛନ୍ତି ।
ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୪୦ ହଜାର ୯୧୭ ରେ ପହଞ୍ଚିଛି । ରାଜ୍ୟରେ ସୁସ୍ଥ ସଂଖ୍ୟା ୩ ଲକ୍ଷ ୩୬ହଜାର ୯୩୦ ରହିଥିବା ବେଳେ ୨୦୧୩ ଜଣ ଚିକିତ୍ସିତ ହେଉଛନ୍ତି । ତେବେ ଆଜି ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୩୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।