ରାଜ୍ୟରେ ଆଉ ୩୬୮ କୋରୋନା ଆକ୍ରାନ୍ତ ଚିହ୍ନଟ, ୭ ଜଣଙ୍କର ମୃତ

ରାଜ୍ୟରେ ଆଉ ୩୬୮ କୋରୋନା ଆକ୍ରାନ୍ତ ଚିହ୍ନଟ, ୭ ଜଣଙ୍କର ମୃତ

ଭୁବନେଶ୍ୱର: ରାଜ୍ୟରେ ଆଉ ୩୬୮ କୋରୋନା ଆକ୍ରାନ୍ତ ଚିହ୍ନଟ । ସଂଗରୋଧରୁ ୨୧୨ ଓ ସ୍ଥାନୀୟ ଅଞ୍ଚଳରୁ ୧୫୬ ଚିହ୍ନଟ । ରାଜ୍ୟରେ କୋରୋନା ପଜିଟିଭ୍‌ ସଂଖ୍ୟା ୩ ଲକ୍ଷ ୨୧ ହଜାର ୫୬୪କୁ ବୃଦ୍ଧି । ସୁସ୍ଥ ହେଲେଣି ୩ ଲକ୍ଷ ୧୫ ହଜାର ୮୪୦, ଏବେ ବି ଚିକିତ୍ସାଧୀନ ୩ ହଜାର ୮୯୩ ।

ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କୋରୋନା । ରାଜ୍ୟରେ କୋରୋନା ମୃତ୍ୟୁ ସଂଖ୍ୟା ୧୭୭୮କୁ ବୃଦ୍ଧି । କଟକରୁ ସର୍ବାଧିକ ୩ ଜଣ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ । ବାଲେଶ୍ବର, ଜଗତସିଂହପୁର, ସୁନ୍ଦରଗଡ଼ ଓ ପୁରୀରୁ ଜଣେ ଲେଖାଏଁ ମୃତ ।