କୋଭିଡ ଆମ୍ଵୁଲାନ୍ସ ଓ ଯାତ୍ରୀ ବାହୀ ଅଟୋ ମୁହାଁମୁହିଁ ଦୁର୍ଘଟଣା, ୩ ଗୁରୁତର

କୋଭିଡ ଆମ୍ଵୁଲାନ୍ସ ଓ ଯାତ୍ରୀ ବାହୀ ଅଟୋ ମୁହାଁମୁହିଁ ଦୁର୍ଘଟଣା, ୩ ଗୁରୁତର

ଆଙ୍କର- ଗଞ୍ଜାମ ଜିଲ୍ଲା ଆସିକା ଥାନା ଅଧିନ ନିମିନା ମୁଖ୍ୟ ରାସ୍ତାରେ କୋଭିଡ ଆମ୍ଵୁଲାନ୍ସ ବୋଲେରୋ ଗାଡି ଓ ଯାତ୍ରୀ ବାହୀ ଅଟୋ ମୁହାଁମୁହିଁ ଦୁର୍ଘଟଣାରେ ୩ ଗୁରୁତର ଅବସ୍ଥାରେ ଆସିକା ମେଡିକାଲରେ ଭର୍ତ୍ତି ହୋଇଥିବା ବେଳେ ଅନ୍ୟ ୪ ଜଣଙ୍କୁ ସାମାନ୍ୟ ଆଘାତ ହୋଇଥୀବା ଜଣାପଡିଛି। ଘଟଣା ସ୍ଥଳରେ ଅଟୋ ଡ୍ରାଇଭରର ଗୋଡ଼ ଭାଙ୍ଗି ଥିବା ବେଳେ ଅନ୍ୟ ଜଣେ ମହିଳା ଗୁରୁତର ହୋଇ ସଂଜ୍ଞାହୀନ ଅବସ୍ଥାରେ ରହିଛନ୍ତି । ଆସିକା ମେଡିକାଲ ରେ କାର୍ଯ୍ୟରତ ଡାକ୍ତର ଅଟୋ ଡ୍ରାଇଭର ବଳରାମ ଗୌଡ ଓ ପରିଚୟ ମିଳିନଥିବା ସଂଜ୍ଞାହୀନ ମହିଳାକୁ ଚିକିତ୍ସା ପାଇଁ ବ୍ରହ୍ମପୁର ସ୍ଥାନାନ୍ତରିତ କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ ବ୍ରହ୍ମପୁର ବଡ଼ ମେଡିକାଲରୁ ସ୍ବାସ୍ଥ୍ୟ ପରିକ୍ଷା କରି ନିଜ ଗ୍ରାମ ଭଞ୍ଜନଗର ବ୍ଲକ ଗୋଲାପଡା ପଞ୍ଚାୟତ ହରିପୁର ଗ୍ରାମର ମାନସିକ ରୋଗୀ ଭାରତୀ ପ୍ରଧାନ ତାଙ୍କ ଆଠ ବର୍ଷର ଝିଅ ସୁଇଟି ପ୍ରଧାନ, ତିନି ବର୍ଷର ପୁଅ ହିମାଶୁଂ ପ୍ରଧାନ ଓ ଆଠ ମାସର ପୁଅ ପ୍ରିୟାଶୁଂ ପ୍ରଧାନ କୁ ଧରି ନିଜ ସମ୍ପକ୍ରୀୟ ଭାଇ ସହିତ ଫେରୁଥିଲେ । ଏତିକି ବେଳେ ଭଞ୍ଜନଗର ପଟୁ ଏକ କୋଭିଡ ଆମ୍ଵୁଲାନ୍ସ ବୋଲେରୋ ଗାଡି ଦ୍ରୁତ ଗତିରେ ଆସି ବିପରୀତ ଦିଗରେ ଆସୁଥିବା ଅଟୋକୁ ମୁହାଁମୁହିଁ  ଧକ୍କା ଦେଇଥିଲା । ଏଥିରେ ଅନ୍ୟ ଯାତ୍ରୀ ମାନେ ସାମାନ୍ୟ ଆଘାତ ହୋଇ ଥିବା ଜଣାପଡିଛି ।