ରାଜଧାନୀରେ ହେବ ଦୁର୍ଗାପୂଜା

ରାଜଧାନୀରେ ହେବ ଦୁର୍ଗାପୂଜା

କୋଭିଡ୍ ନିୟମ ମାନି ରାଜଧାନୀରେ ପାଳନ ହେବ ଦୁର୍ଗାପୂଜା। ଆଜି ବିଭିନ୍ନ ପୂଜା କମିଟି ସହ ପୁଲିସ କମିଶନରଙ୍କ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ପୂଜା ନିମନ୍ତେ କୌଣସି ସ୍ଥାନରେ କାହାକୁ ଚାନ୍ଦା ମାଗି ପାରିବେ ନାହିଁ। ଯିଏ, ଯାହାର ସକ୍ଷମ ଅନୁସାରେ ପୂଜା ପାଇଁ ଦାନ କରି ପାରିବେ। ପୂର୍ବରୁ ଯେଭଳି ଘର ଘର ବୁଲି ଚାନ୍ଦା ମାଗୁଥିଲେ, କିନ୍ତୁ ଚଳିତ ଥର ସେମିତି ହେବ ନାହିଁ। ଏଥିସହ ପୂଜା ପାଇଁ ମଣ୍ଡପକୁ କେହି ଯାଇ ପାରିବେ ନାହିଁ। ଏପରି କି  ମା’ଙ୍କ ମୂର୍ତ୍ତିର ଉଚ୍ଚତା ୪ରୁ ୫ଫୁଟ ମଧ୍ୟରେ ରହିବ, ନିର୍ଦ୍ଧିଷ୍ଟ ଉଚ୍ଚତା ହେବ। ପୂଜା କମିଟିର କର୍ମକର୍ତ୍ତା ସହ ଆୟୋଜକମାନେ ମଧ୍ୟ କୋଭିଡ୍ ଗାଇଡ୍‌ ଲାଇନ୍ ପାଳନ କରିବେ। । ଶତ ପ୍ରତିଶତ କୋଭିଡ୍ ନିୟମ ପାଳନ କରି କଟକରେ ଦଶହରା ପୂଜା ହେବ । ସାଜସଜା, ଭସାଣି, ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ରାବଣ ପୋଡି ଭୁବନେଶ୍ବର ହେବ ନାହିଁ।