ଆଜି ରାଜ୍ୟ ରୁ ୧୦ ହଜାର ୬୪୯ କୋରୋନା ଆକ୍ରାନ୍ତ ଚିହ୍ନଟ, ୧୯ ମୃତ

ଆଜି ରାଜ୍ୟ ରୁ ୧୦ ହଜାର ୬୪୯ କୋରୋନା ଆକ୍ରାନ୍ତ ଚିହ୍ନଟ, ୧୯ ମୃତ

ଭୁବନେଶ୍ୱର : ରାଜ୍ୟରେ ଆଜି ପୁଣି ୧୦ ହଜାର ଟପିଲା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୦ ହଜାର ୬୪୯ ଆକ୍ରାନ୍ତ ଚିହ୍ନଟ, ୧୯ ମୃତ । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ୭୬ ହଜାର ୨୯୭କୁ ବୃଦ୍ଧି । ସଂଗରୋଧରୁ ୫,୯୬୫ ଓ ସ୍ଥାନୀୟ ଅଞ୍ଚଳରୁ ୪୬୮୪ ଆକ୍ରାନ୍ତ ଚିହ୍ନଟ ।  ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧ ହଜାର ୫୫୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେହିପରି ରାଜ୍ୟରେ ଆଜି ୧୯ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୨୫୧ କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୩ ଜଣ,ପୁରୀ ଓ ସୁନ୍ଦରଗଡ଼ ଜିଲ୍ଲାରୁ ୨ ଜଣ ଲେଖାଏଁ,ବାଲେଶ୍ବର, ବରଗଡ଼, ବଲାଙ୍ଗୀର, ବୌଦ୍ଧ, ଗଞ୍ଜାମ, ଜଗତସିଂହପୁର, କନ୍ଧମାଳ, ଖୋର୍ଦ୍ଧା, ମାଲକାନଗିରି, ନୂଆପଡ଼ା, ରାୟଗଡ଼ା ଓ ସମ୍ବଲପୁର ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି ।