କୋଭାକ୍ସିନ୍ ତୁଳନାରେ କୋଭିସିଲ୍ଡରେ ସୃଷ୍ଟି ହେଉଛି ଅଧିକ ଆଣ୍ଟିବଡି

କୋଭାକ୍ସିନ୍ ତୁଳନାରେ କୋଭିସିଲ୍ଡରେ ସୃଷ୍ଟି ହେଉଛି ଅଧିକ ଆଣ୍ଟିବଡି

ନୂଆଦିଲ୍ଲୀ: କୋଭାକ୍ସିନ୍ ଠାରୁ କୋଭିସିଲ୍ଡ ଅଧିକ ପ୍ରଭାବଶାଳୀ  ଫଙ୍ଗସ୍ ଏବଂ ଟିକାକୁ ନେଇ ଦେଶରେ ବିଭିନ୍ନ ପ୍ରକାରର ଅଧ୍ୟୟନ ଜାରି ରହିଛି ଏହାରି ମଧ୍ୟରେ କୋଭିସିଲ୍ଡ ଏବଂ କୋଭାକ୍ସିନ୍ କୁ ନେଇ ୧୨ ରାଜ୍ୟର ୧୯ ହସ୍ପିଟାଲରେ ହୋଇଥିବା ଅଧ୍ୟୟନରୁ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟର ଖୁଲାସା ହୋଇଛି ଏହା ଅନୁଯାୟୀ କୋଭାକ୍ସିନ୍ ଟିକା ନେଇଥିବା ବ୍ୟକ୍ତିଙ୍କ ତୁଳନାରେ କୋଭିସିଲ୍ଡ ଟିକା ନେଇଥିବା ବ୍ୟକ୍ତିଙ୍କ ଠାରେ ଅଧିକ ଆଣ୍ଟିବଡି ସୃଷ୍ଟି ହୋଇଛି ଅଧ୍ୟୟନରୁ ଜଣାପଡିଛି ଯେ, କୋଭାକ୍ସିନ୍ ରେ ୮୦ ପ୍ରତିଶତ ଆଣ୍ଟିବଡି ସୃଷ୍ଟି ହେଉଥିବା ବେଳେ କୋଭିସିଲ୍ଡରେ ୯୦ ପ୍ରତିଶତ ଆଣ୍ଟିବଡି ସୃଷ୍ଟି ହୋଇଛି ପଶ୍ଚିମବଙ୍ଗ, ରାଜସ୍ଥାନ, ଗୁଜୁରାଟ ଏବଂ ଝାଡଖଣ୍ଡର ୬ଟି ହସ୍ପିଟାଲର ସ୍ୱତନ୍ତ୍ର ବିଶେଷଜ୍ଞ ଦଳ ମିଳିତ ଭାବରେ ଏହି ଅଧ୍ୟୟନକୁ ପୂରା କରିଥିବା ବେଳେ ଅନ୍ୟ କିଛି ରାଜ୍ୟର ମଧ୍ୟ ହସ୍ତକ୍ଷେପ ରହିଛି ଯାହା ଏହି ଅଧ୍ୟୟନକୁ ଲକ୍ଷ୍ୟ ପ୍ରଦାନ କରିଛି ତେବେ ଏହି ଅଧ୍ୟୟନ ଅନୁସାରେ, ଭାରତରେ ବର୍ତ୍ତମାନ ବିତରଣ ହେଉଥିବା ଟିକା କୋଭାକ୍ସିନ୍ ଏବଂ କୋଭିସିଲ୍ଡ, ଉଭୟ ପ୍ରଭାବଶାଳୀ ହେଲେ କୋଭିସିଲ୍ଡ ଦ୍ୱାରା ଅଧିକ ଆଣ୍ଟିବଡି ତିଆରି ହୋଇପାରୁଛି ଏଥିରେ ୨୨ଟି ସହରର ୫୧୫ ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ ନିଆଯାଇଥିଲା ତେବେ ୫୧୫ ଜଣ ମଧ୍ୟରେ ୩୦୫ ଜଣ ପୁରୁଷ ଥିବା ବେଳେ ୨୧୦ ଜଣ ମହିଳା ରହିଥିଲେ ୯୦ ଜଣଙ୍କ ଠାରେ କୋଭାକ୍ସିନ୍ ଦିଆଯାଇଥିବା ବେଳେ ୪୨୫ଜଣଙ୍କ ଠାରେ କୋଭିସିଲଡ ଦିଆଯାଇଥିଲା ଏଥିରେ କୋଭିସିଲ୍ଡ ନେଇଥିବା ୪୨୫ ଜଣଙ୍କ ଠାରେ ୯୮. ପ୍ରତିଶତ ଆଣ୍ଟିବଡି ସୃଷ୍ଟି ହୋଇଥିଲା ଏବଂ କୋଭାକ୍ସିନ୍ ନେଇଥିବା ବ୍ୟକ୍ତିଙ୍କ ଠାରେ ୮୦ ପ୍ରତିଶତ ଆଣ୍ଟିବଡି ତିଆରି ହୋଇପାରିଥିଲା ଏଥିସହିତ କୋଭିସିଲ୍ଡର ଗୋଟିଏ ଡୋଜ୍ କୋଭାକ୍ସିନ୍ ତୁଳନାରେ ୧୦ ଗୁଣ ଅଧିକ ଆଣ୍ଟିବଡି ପ୍ରସ୍ତୁତ କରୁଛି ହେଲେ ଯଦି ଦୁଇଟି ଡୋଜ୍ କଥା କହିବା ତେବେ କୋଭିସିଲ୍ଡର ଗୋଟିଏ ଡୋଜ୍ କୋଭାକ୍ସିନ୍ ତୁଳନାରେ ଗୁଣ ଅଧିକ ଆଣ୍ଟିବଡି ପ୍ରସ୍ତୁତ କରୁଥିା ଏହି ଅଧ୍ୟୟନରୁ ଜଣାପଡିଛି ଖାଲି ସେତିକି ନୁହେଁ କୋଭିସିଲ୍ଡ ଟିକା ନେଇଥିବା ବ୍ୟକ୍ତିଙ୍କ ଠାରେ ପଜିଟିଭିଟି ହାର ମଧ୍ୟ ଖୁବ୍ କମ୍ ରହୁଥିବା ଦେଖିବାକୁ ମିଳିଛି ହେଲେ କୋଭାକ୍ସିନ୍ ଟିକା ନେଇଥିବା ବ୍ୟକ୍ତିଙ୍କ ହାର ଆଶିଂକ ଅଧିକ ରହିଥିବା ଜଣାପଡିଛି ସୂଚନାଯୋଗ୍ୟ, ବର୍ତ୍ତମାନ କୋଭିଡ୍ ଭାଇରସ୍ ସହିତ ଲଢ଼ିବା ପାଇଁ ଟିକାକରଣ ଉପରେ ଜୋର୍ ଦିଆଯାଉଛି ଏହି ଆଧାରରେ ଅନେକ ଗୁଡିଏ ବିଦେଶୀ ଟିକାକୁ ମଧ୍ୟ ବ୍ୟବହାର ନିମନ୍ତେ ଅନୁମତି ପ୍ରଦାନ କରୁଛନ୍ତି କେନ୍ଦ୍ର ସରକାର ନିକଟରେ ରୁଷୀୟ ଟିକା ସ୍ଫୁଟନିକ୍ଭି କୁ ଅନୁମୋଦନ ଦିଆଯାଇଥିବା ବେଳେ ଏହା ବର୍ତ୍ତମାନ ସୁଦ୍ଧା ଅଧିକରୁ ଅଧିକ ବିତରଣ ହୋଇନାହିଁ ତେବେ ଅନ୍ୟପଟେ ଟିକାକରଣ ଜୋରଦାର୍ ହେବା ପରଠାରୁ ନୁତନ ମାମଲା ର୍ହାର ଦେଶରେ କମିବାରେ ଲାଗିଛି ଗତ ୨୪ ଘଣ୍ଟା ମଧ୍ୟରେ ଲକ୍ଷ ୬୩୬ ଜଣ ଚିହ୍ନଟ ହୋଇଛନ୍ତି ଏବଂ ହଜାର ୪୨୭ ଜଣଙ୍କର ମୃତ୍ୟୁ ହୋଇଛି