କଟକ ଜିଲ୍ଲା କଂଗ୍ରେସ କୋଭିଡ-୧୯ ରୋଗୀଙ୍କ ପାଇଁ ଅଣ୍ଟା ଭିଡିଲା

କଟକ ଜିଲ୍ଲା କଂଗ୍ରେସ କୋଭିଡ-୧୯ ରୋଗୀଙ୍କ ପାଇଁ ଅଣ୍ଟା ଭିଡିଲା

କଟକ:  କଟକ ଜିଲ୍ଲା କଂଗ୍ରେସ କମିଟି ସଭାପତି ମାନସ ଚୌଧୁରୀଙ୍କ ଉଦ୍ୟମରେ କୋଭିଡସଂକ୍ରମିତ ରୋଗୀଙ୍କ ସେବାପାଇଁ ଆଜିଠାରୁ ନିଶୁଳ୍କ ଆମ୍ବୁଲାନ୍ସ ସେବା ଆରମ୍ଭ କରାଯାଇଛି I ଏହି ଆମ୍ବୁଲାନ୍ସ ସେବା କୋଭିଡ ସଂକ୍ରମିତ ରୋଗୀଙ୍କପାଇଁ ଦିନରାତି ଚବିଶ ଘଣ୍ଟା ସମ୍ପୂର୍ଣ ମାଗଣାରେ ଉପଲବ୍ଧ ହେବ ଏବଂ ଏଥିପାଇଁ ଦୁଇଟି ଟୋଲ-ଫ୍ରି ନମ୍ବର କରାଯାଇଛି I ଏହି ଟୋଲ-ଫ୍ରି ନମ୍ବରକୁ ଫୋନ କଲେ ଆମ୍ବୁଲାନ୍ସ ସେବା ମିଳିପାରିବ I ଏହା ବ୍ୟତୀତ କଟକ ଜିଲ୍ଲା କଂଗ୍ରେସ ପକ୍ଷରୁ କରୋନା ସଂକ୍ରମିତ ରୋଗୀମାନଙ୍କୁ ଭିଟାମିନ ଔଷଧ ଓ ରନ୍ଧାଖାଦ୍ୟ ଯୋଗାଣ ଚାଲୁରହିଛି I କଟକଜିଲ୍ଲା କଂଗ୍ରେସ କମିଟି କାର୍ଯ୍ୟଳୟ ପରିସରରେ ଆଜିର ଏହି ଆମ୍ବୁଲାନ୍ସ ସେବା ଉଦଘାଟନ କାର୍ଯ୍ୟକ୍ରମରେ ପ୍ରଦେଶ କଂଗ୍ରେସର ନେତା ସତ୍ୟପ୍ରକାଶ ନାୟକ, ଛାତ୍ର କଂଗ୍ରେସ ରାଜ୍ୟ ସଭାପତି ୟାସିର ନୱାଜ, ରାଜ୍ୟ ଯୁବକଂଗ୍ରେସ ସାଧାରଣ ସମ୍ପାଦକ ଆଡଭୋକେଟ ଡ ବିପ୍ଲବ ଶିଳାଦିତ୍ୟ, କଟକ ଜିଲା ଛାତ୍ର କଂଗ୍ରେସ ସଭାପତି ଦୀପକ କୁମାର ମହାନ୍ତି , ସଚ୍ଚିଦାନନ୍ଦ ରାଉତ,ବୀରେନ ପଶାୟତ , ରାଜଶେଖର ସ୍ୱାଇଁ, ଶିବାଶିଷ ସାମଲ , ସତିଶ ଶେଖର, ଅରିଜିତ ରାଉତରାୟ,ନରେଶ ବେହେରା,ସେକ ଅନିଶ୍ କୁରେଶୀ, ନିରଞ୍ଜନ ସାହୁ, ସତ୍ୟଜିତ ସେଠୀ, ସମୀର ସାହୁଙ୍କ ସହିତ କଟକ କଂଗ୍ରେସର ବହୁ ଯୁବ ଓ ଛାତ୍ରନେତା ଯୋଗଦେଇଥିଲେ