କୋଭିଡ କଟକଣାରେ ହେବ କଟକର ଦୁର୍ଗାପୂଜା – ଆସିବେ ନାହିଁ ଭକ୍ତ

କୋଭିଡ କଟକଣାରେ ହେବ କଟକର ଦୁର୍ଗାପୂଜା – ଆସିବେ ନାହିଁ ଭକ୍ତ

କଟକର ପ୍ରସିଦ୍ଧ ଦୁର୍ଗାପୂଜା ଏଥର କୋଭିଡ କଟକଣା ଭିତରେ ପାଳନ କରାଯିବ। କେବଳ ମଣ୍ଡପମାନଙ୍କରେ ପୂଜା ଆୟୋଜନ ହେବ। ମାତ୍ର ମଣ୍ଡପକୁ ଆସିବା ପାଇଁ ଭକ୍ତଙ୍କୁ ମନା କରାଯାଇଛି । ଏ ନେଇ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି ସୂଚନା ଦେଇଛନ୍ତି। ସାର୍ବଜନୀନ ସ୍ଥାନରେ ଆଦୌ ପୂଜା ଆୟୋଜନ ହେବ ନାହିଁ। କଟକରେ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି କେବଳ ମଣ୍ଡପ ଓ ନିଜ ନିଜ ଘରେ ପୂଜା ପାଇଁ ଅନୁମତି ଦିଆଯିବ ।କରୋନା ପାଇଁ କଟକର କୌଣସି ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଭିଡ଼କୁ ପ୍ରଶ୍ରୟ ଦିଆଯିବ ନାହିଁ। ବିଭିନ୍ନ ପୂଜା ଓ ସାହି କମିଟି ସହ ଆଲୋଚନା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି।