ନକଲି ଓ ଅପମିଶ୍ରତି ସାମଗ୍ରୀରେ ପେଣ୍ଠସ୍ଥଳୀ ପାଲଟିଛି କଟକ ସହର

ନକଲି ଓ ଅପମିଶ୍ରତି ସାମଗ୍ରୀରେ ପେଣ୍ଠସ୍ଥଳୀ ପାଲଟିଛି କଟକ ସହର

କଟକ: ମାଲଗୋଦାମରୁ ଜଗତପୁର ଯାଏଁ ଲମ୍ୱିଛି ନକଲି ମସଲା କାରାବାରର ଚେର । ଗତ ଏକ ସପ୍ତାହରେ ହିଁ କଟକରୁ ଜବତ ହେଲାଣି ୧୫୦କୁଇଣ୍ଟାଲରୁ ଅଧିକ ଅପମିଶ୍ରିତ ମସଲା ସାମଗ୍ରୀ । ଏପିରିକି ଅସଲି ବ୍ରାଣ୍ଡରେ ନକଲି ସାମଗ୍ରୀ ବିକ୍ରି ହେଉଥିବାରୁ ଗ୍ରାହକ ମଧ୍ୟ ବଜାରରୁ କେଉଁ ମସଲା କିଣିବେ ତାହାକୁ ନେଇ ଭୟ ବଢିଲାଣି ।

କଟକ ସହର ବ୍ୟବସାୟୀକ ପେଣ୍ଠସ୍ଥଳୀ ନୁହେଁ ଏବେ ନକଳି ଓ ଅପମିଶ୍ରିତ କାରବାରର ପେଣ୍ଠସ୍ଥଳି ପାଲଟିଛି । ପ୍ରଥମେ ମାଲଗୋଦାମ ଆଉ ଏବେ ଜଗତପୁର ଯାଏଁ ଲମ୍ୱିଛି ଏହି ମସଲାର ଅପମିଶ୍ରିତର କାରବାର । ଖାସ କରି ହଲଦୀ ଓ ଲଙ୍କାଗୁଣ୍ଡକୁ ଭେଜାଲ କରି ଆସାଧୁ ବ୍ୟବସାୟୀ ମାନେ ଚାଲାଇଛନ୍ତି କାରବାର । ପୋଲିସ ରେଡ କରି କେବଳ ମାଲଗୋଦାମ ଓ ଜଗତପୁରରୁ ଗତ ଏକ ସପ୍ତାହରେ ଜବତ କରିଲେଣି ୧୫୦କୁଇଣ୍ଟାଲରୁ ଅଧିକ ଅପମିଶ୍ରିତ ଓ ନକଲି ମସଲା ସାମଗ୍ରୀ । ଯାହାଫଳରେ ସିଧାସଲଖ ଏବେ ଭୟ ଖେଳାଇଛି ଗ୍ରାହକଙ୍କ ଉପରେ । ଅସଲି ବ୍ରାଣ୍ଡରେ ନକଲି ସାମଗ୍ରୀ ବିକ୍ରି ହେଉଥିବାରୁ ବଜାରରୁ କେଉଁ ମସଲା କିଣିବେ ତାହାକୁ ନେଇ ଚିନ୍ତାରେ ପଡିଛନ୍ତି ଗ୍ରାହକ । ଏପିରିକି ଘରେ ଗୃହିଣୀ ମାନେ ମଧ୍ୟ ବଜାରରେ ବିକ୍ରି ମସଲାରେ ରାନ୍ଧିବାକୁ ବି ଭୟଭିତ ହେଉଛନ୍ତି ।

କେବଳ ଯେ ମସଲା ସାମଗ୍ରୀ ନୁହେଁ ଏହା ପୂର୍ବରୁ କଟକରେ ଅନ୍ୟାନ ସମାଗ୍ରୀରେ ବି ହୋଇଛି ସାଙ୍ଗାତିକ ଭେଜାଲ । ସେ ମଧ୍ୟରେ ରହିଛି ନକଲି ତେଲ, ନକଲି ସିମେଣ୍ଟ, ନକଲି ମୋବିଲ , ପୂଜା ପାଇଁ ବ୍ୟବହରା ନକଲି ଗଙ୍ଗାଜଳ , ଅଗୁର ଓ ମହୁ । ଆସନ୍ତୁ ନଜର ପକାଇବା ପୋଲିସ ହାତରେ କେବେ ଓ କେତେ ପରିମାଣର ଏ ଭଲି ନକଲି ସାମଗ୍ରୀ ଧରାପଡିଛନ୍ତି ।

୨୬-୦୬-୨୦୧୮- ଜଗତପୁର ରୁ ଠାବ ହୋଇଥିଲା ନକଲି ତେଳ କାରଖାନା । ଏହି କାରଖାନାରେ ରହିଥିଲା ଅସଲି ବ୍ରାଣ୍ଡର ପ୍ୟାକେଟରେ ନକଲି ତେଲ ।

୦୨-୦୮-୨୦୧୮- ସଦରଥାନା ଅନ୍ତର୍ଗତ ପିରବଜାର ଅଞ୍ଚଳରେ ଜବତ ହୋଇଥିଲା ନକଲି ସିମେଣ୍ଟ କାରଖାନା । ଆସଲି ସିମେଣ୍ଟ ପ୍ୟାକଟରେ ନକଳି ସିମେଣ୍ଟକୁ ମିଶ୍ରଣ କରାଯାଇ ପୁଣି ଥରେ ଏକ ନୂଆ ପ୍ୟାକେଟ ପ୍ରସ୍ତୁତ କରାଯାଉ ବଜାରରେ ବିକ୍ରି କରାଯାଉଥିଲା ।

୦୭-୧୦-୨୦୧୮ରେ ଜଗତପୁର ଥାନା ଅନ୍ତର୍ଗତ ଭଇରିପୁର ଅଞ୍ଚଳରେ ଜବତ ହୋଇଥିବା ନକଳି ଇଂଜିନ ତେଲ ବା ମୋବିଲ । ଆନ୍ଦ୍ରରୁ କମ ଦରରେ ତେଳ କିଣି ନାଲି ରଙ୍ଗ ସାଙ୍ଗକୁ ନଡିଆ ତେଲ ମିଶ୍ରଣ କରାଯାଉଥିଲା । ଏହା ମିଶ୍ରଣ କରାଯାଇ ଅସଲି ମୋବିଲ ଭଳି ରୂପ ଦେଇ ବଜାରରେ ବିକ୍ରି ହେଉଥିଲା । (ହଜାର ହଜାର ପରିମାଣର ଲିଟର ତେଲ)

୨୮-୦୮-୨୦୧୯ରେ କଟକ ସଦର ଥାନା ଅନ୍ତର୍ଗତ ବମ୍ପକୁଦରେ ଠାବ ହୋଇଥିଲା ନକଲି ତେଳ ଫେକ୍ଟ୍ରି । ନାମିଦାମି କମ୍ପାନୀର ତେଳ କମ୍ପାନୀ ନାଁରେ ଅପମିଶ୍ରିତ ତେଲ ବିକ୍ରି ହେଉଥିଲା । ୩୦ ହାଜାରରୁ ଉର୍ଦ୍ଧ ନକଲି ଲିଟର ଜବତ ହୋଇଥିଲା ।

୨୯-୦୮-୨୦୧୯ ରେ ବମ୍ପକୁଦ ଲିଙ୍କରେ ମାଲଗୋଦାମରୁ ଜବତ ହୋଇଥିଲା ହଜାର ହଜାର ଲିଟର ଭେଜାଲ ତେଲ ।

୧୨-୦୯-୨୦୨୦ରେ ମାଲଗୋଦାମ ଥାନା ର ଯୋବ୍ରା ଅଞ୍ଚଳରୁ ଲକ୍ଷାଧିକ ଟଙ୍କାର ପୂଜା ସାମଗ୍ରୀ ମହୁ,ଅଗୁରୁ,ଗଙ୍ଗାଜଳ, ବ୍ୟବହୃତ କେମିକାଲ, ଷ୍ଟିକର ଓ ଖାଲି ଡବା ଜବତ କରାଯାଇଛି ।

୨୬-୦୯-୨୦୨୦ରେ ଜଗତପୁର ଥାନା ଅନ୍ତର୍ଗତ ଆଇ ବି ରୋଡରୁ ଜବତ ହୋଇଥିଲା ନକଲି ସସ୍‌ । ସିଝା ଆଳୁ, ସାଗ, ରଙ୍ଗ ଓ ସୁଗନ୍ଧିତ ରାସାୟନିକ ପଦାର୍ଥ ମିଶାଇ ପ୍ରସ୍ତୁତ ହେଉଥିଲା ଚିଲି ଓ ଟମାଟୋ ସସ୍‌ ।

୧୧-୧୧-୨୦୨୦ରେ ମାଲଗୋଦାମ ଥାନା ଅନ୍ତର୍ଗତ ମାଲଗୋଦାମରୁ ଜବତ ହେଲା ୧୫ କୁଇଣ୍ଟାଲ ଅପମିଶ୍ରିତ ହଲଦୀ ଓ ଲଙ୍କା ଗୁଣ୍ଡ । ଚାଉଳ, ଡ୍ରେସ ଲାଗି ବ୍ୟବହାର ହଲଦୀ ଓ ରଙ୍ଗ ଗୁଣ୍ଡରେ ପ୍ରସ୍ତୁତ ହେଉଥିଲା ମସଲା ।

୧୨-୧୧-୨୦୨୦ରେ ପୁଣି ମାଲଗୋଦାମରେ ୩ଟି ଦୋକାନକୁ ପୋଲିସ ଚଡାଉ କରି ୫୦କୁଇଣ୍ଟାଲରୁ ଉର୍ଦ୍ଧ ଅପମିଶ୍ରିତ ହଲଦୀ ଓ ଲଙ୍କା ଗୁଣ୍ଡ ଜବତ ହୋଇଥିଲା ।

୧୪-୧୧-୨୦୨୦ରେ ଜଗତପୁର ଥାନା ଅନ୍ତର୍ଗତ ଇଣ୍ଡଷ୍ଟ୍ରିଆଲ୍‌ ଅଞ୍ଚଳରୁ ୫୦ କୁଇଣ୍ଟାଲର ହଲଦୀ, ଲଙ୍କା ଗୁଣ୍ଡ ସହିତ ବେନାମୀ ନକଲି ମସଲା ଜବତ ହୋଇଛି ।

ସେପଟେ ଏହି କାରବାରକୁ ମୂଳପୁଛ କରିବା ପାଇଁ କଟକ କମିଶନରେଟ ପୋଲିସର ପ୍ରୟାସ ଜାରୀ ରହିଥିବା କହିଛନ୍ତି କଟକ ଡିସିପି ।

ଏ ଭଲି ନକଲି ଓ ଅପମିଶ୍ରିତ ସମଗ୍ରୀ କଟକରୁ ଅନେକ ସ୍ଥାନକୁ ବ୍ୟବସାୟୀକ କାରବାର ହେଉଛି । ତାହା ବି ଖୁଲମଖୁଲ୍ଲା । ତେବେ ଏସବୁ କାରବାରକୁ ରୋକିବାକୁ ଯେପରି ଫେଲ ମାରୁଛି କଟକ କମିଶନରେଟ ପୋଲିସର ଗୁଇନ୍ଧା ବିଭାଗ ।