କରୋନା ସଂକ୍ରମିତ ଶ୍ଵଶୁରଙ୍କୁ କାନ୍ଧରେ ପକାଇ ହସ୍ପିଟାଲ ନେଇଗଲେ ବୋହୂ

କରୋନା ସଂକ୍ରମିତ ଶ୍ଵଶୁରଙ୍କୁ କାନ୍ଧରେ ପକାଇ ହସ୍ପିଟାଲ ନେଇଗଲେ ବୋହୂ

ଗୌହାଟି,୪।୬: କରୋନା ମହାମାରୀ ସମୟରେ , ଏପରି ଅନେକ କାହାଣୀ ଅଛି ଯାହା କେବଳ ପ୍ରେରଣାଦାୟକ ନୁହେଁ, ବରଂ ଖରାପ ସମୟରେ ଅନ୍ୟମାନଙ୍କୁ କିପରି ସାହାଯ୍ୟ କରିବ ତାହା ମଧ୍ୟ ଶିକ୍ଷା ଦେଉଛିl ଏଭଳି ଏକ କାହାଣୀ ଆସାମ ରାହର ଭାଟିଗାଁଓରୁ  ଆସିଛି। ସେଠାରେ ଜଣେ ବୋହୂ ତାଙ୍କ କରୋନା ସଂକ୍ରମିତ ଶ୍ୱଶୁରଙ୍କୁ କାନ୍ଧରେ ବୋହି ହସ୍ପିଟାଲରେ ଭର୍ତ୍ତି କରିଥିଲେ, ଯାହାଫଳରେ ସେ ଠିକ୍ ସମୟରେ  ଚିକିତ୍ସା ହୋଇ ପାରିଥିଲେ lଖବର ଅନୁସାରେ ୭୫ ବର୍ଷିୟ ଥୁଲେଶ୍ୱର ଦାସଙ୍କ ପୁଅ ସୁରଜ ସହରରେ କାମ କରନ୍ତି। ପୁଅର ଅନୁପସ୍ଥିତିରେ ବୋହୂ ନିହାରିକା ତାଙ୍କ ଶ୍ୱଶୁରଙ୍କ ଯତ୍ନ ନିଅନ୍ତି l କିଛିଦିନ ତଳେ, ଯେତେବେଳେ ଥୁଲେଶ୍ୱର ଦାସ କରୋନାରେ ସଂକ୍ରମିତ ହୋଇଥିଲେ, ଡାକ୍ତରମାନେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାକୁ ପରାମର୍ଶ ଦେଇଥିଲେ। ଘରଠାରୁ ଡାକ୍ତରଖାନା କିଛି ଦୂରରେ ଥିଲା, ନିହାରିକା ତାଙ୍କ ଶ୍ୱଶୁରଙ୍କୁ ନେବାକୁ କିଛି ଲୋକଙ୍କୁ ଖୋଜିଥିଲେ lକେହି ନମିଳିବାରୁ ଶେଷରେ ନିରାଶ ହେଇ ନିଜ ପିଠିରେ ଲଦି ହସ୍ପିଟାଲ ନେଇ ନେଇଯାଇଥିଲେ l ଶ୍ଵଶୁରଙ୍କୁ ଏଭଳି ନେଇଥିବା ନିହାରିକା ପରେ ନିଜେ କରୋନା ସଂକ୍ରମିତ ହେଇଯାଇଛନ୍ତିl ହସ୍ପିଟାଲରେ ତାଙ୍କ ଶ୍ଵଶୁରଙ୍କ ଚିକିତ୍ସା ଚାଲିଥିବା ବେଳେ ନିହାରିକା ଘରେ ଚିକିତ୍ସିତ ହେଉଛନ୍ତି l ନିହାରିକାଙ୍କ ଏହି କାମ ପାଇଁ ଲୋକେ ତାଙ୍କୁ ଖୁବ ପ୍ରଶଂସା କରିଛନ୍ତିl