ଧ୍ବଂସସ୍ତୂପ ତଳୁ ବାହାରୁଛି ମୃତଦେହ

କେରଳ ୱାୟନାଡରେ ହାହାକାର। ଧ୍ବଂସସ୍ତୂପ ତଳୁ ବାହାରିବାରେ ଲାଗିଛି ମୃତଦେହ। ମୃତ୍ଯୁ ସଂଖ୍ଯା ଟପିଛି ୨୭୦। ଏବେ ବି ମାଟିତଳେ ଆହୁରି ଅନେକ ଶବ ପୋତି ରହିଥିବା ଆଶଙ୍କା କରାଯାଉଛି। ଶତାଧିକ ନିଖୋଜଙ୍କ ସନ୍ଧାନରେ ନିୟୋଜିତ ତିନିବାହିନୀ ଓ ଏନଡିଆରଏଫ ଯବାନ। ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ଉଦ୍ଧାର କାର୍ଯ୍ୟ। ୱାୟନାଡର ମୁନ୍ଦାକାଇ, ଚୋରଲମାଲା, ଅଟ୍ଟମାଲା ଓ ନୁଲପୁଝା ଗ୍ରାମ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି।