ପୂର୍ବତନ ଅଷ୍ଟ୍ରେଲିଆ କ୍ରିକେଟର ଖେଳାଳି ଡିନ୍ ଜୋନ୍ସଙ୍କ ପରଲୋକ

ପୂର୍ବତନ ଅଷ୍ଟ୍ରେଲିଆ କ୍ରିକେଟର ଖେଳାଳି ଡିନ୍ ଜୋନ୍ସଙ୍କ ପରଲୋକ

ମୁମ୍ବାଇ : ପୂର୍ବତନ ଅଷ୍ଟ୍ରେଲିଆର କ୍ରିକେଟର  ଡିନ୍ ଜୋନ୍ସ ହୃଦଘାତରେ ମୁମ୍ବାଇରେ ଦେହାନ୍ତ ହୋଇଛି । ତାଙ୍କୁ ୫୯ ବର୍ଷ ବୟସ ହୋଇଥିଲା । ସେ ୧୯୮୪ ମସିହାରୁ ୧୯୯୨ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆ କ୍ରିକେଟ୍ ଦଳ ପାଇଁ ଟେଷ୍ଟ ମ୍ୟାଚ୍ ଖେଳିଥିଲେ । ସେ ୫୨ ଟି ଟେଷ୍ଟରେ ହାରାହାରି ୪୬.୫୫ ରେ ୩ ହାଜର ୬୩୧ ରନ୍ ସଂଗ୍ରହ କରିଥିଲେ । ଏଥିରେ ୧୧ଟି ଶତକ ଓ ୧୪ଟି ଅର୍ଦ୍ଧଶତକ ସାମିଲ ରହିଛି । ସେ ୧୬୪ ଏକ ଦିବସୀୟ ମ୍ୟାଚରେ ୬ ହାଜର ୬୮ ରନ୍ କରିଥିଲେ । ଏକ ଦିବସୀୟ ମ୍ୟାଚରେ ସେ ୭ଟି ଶତକ ଓ ୪୬ଟି  ଅର୍ଦ୍ଧଶତକ ହାସଲ କରି ହାରାହାରି ୪୪.୬୧ ରନ୍ କରିଥିଲେ । ସେ ତାଙ୍କ ସମୟର ଶ୍ରେଷ୍ଠ ଏକ ଦିବସୀୟ ଖେଳାଳିଙ୍କ ମଧ୍ୟରେ ଜଣେ ଥିଲେ । ଡିନ୍ ଜୋନ୍ସ ଆଇପିଏଲ୍ ଅଫିସିଆଲ୍ ବ୍ରଡକାଷ୍ଟର ମନ୍ତବ୍ୟ ପ୍ୟାନେଲର ଏକ ଅଂଶ ଥିଲେ ଏବଂ ବର୍ତ୍ତମାନ ସେ ମୁମ୍ବାଇରେ ଥିଲେ।