ରାଜ୍ୟରେ ଆଉ ୭ କରୋନା ସଂକ୍ରମିତଙ୍କ ମୃତ୍ୟୁ, ମୋଟ ମୃତ୍ୟୁ ସଂଖ୍ୟା ୪୪୮କୁ ବୃଦ୍ଧି

ରାଜ୍ୟରେ ଆଉ ୭ କରୋନା ସଂକ୍ରମିତଙ୍କ ମୃତ୍ୟୁ, ମୋଟ ମୃତ୍ୟୁ ସଂଖ୍ୟା ୪୪୮କୁ ବୃଦ୍ଧି

ପୁଣି କରୋନା ନେଇଛି ୭ ମୁଣ୍ଡ। କରୋନା କାରଣରୁ ମୃତ୍ୟୁ ସଂଖ୍ୟା ୪୪୮ କୁ ବୃଦ୍ଧି ପାଇଛି।ଏ ନେଇ ଓଡ଼ିଶା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି। ବରଗଡ଼ ଜିଲ୍ଲାରୁ ୨ ଜଣ, ଭଦ୍ରକ ଜିଲ୍ଲାରୁ ଜଣେ, ଖୋର୍ଦ୍ଦା ଜିଲ୍ଲାରୁ ଜଣେ, ସମ୍ବଲପୁର ଜିଲ୍ଲାରୁ ୩ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।