ସରିଥିଲା ବରଣମାଳା, ହୋମ ନିଆଁକୁ ସାକ୍ଷୀ ରଖି ଝିଅ ପନ୍ଧିଥାନ୍ତା ସିନ୍ଦୂର: ବେଦୀରେ ଟଳିପଡ଼ିଲା କନିଆଁ…

ସରିଥିଲା ବରଣମାଳା, ହୋମ ନିଆଁକୁ ସାକ୍ଷୀ ରଖି ଝିଅ ପନ୍ଧିଥାନ୍ତା ସିନ୍ଦୂର: ବେଦୀରେ ଟଳିପଡ଼ିଲା କନିଆଁ…

ଲକ୍ଷ୍ନୌ ୨୮/୦୫: ସରିଥିଲା ବରଣମାଳା, ହୋମ ନିଆଁ ସାକ୍ଷୀ ରଖି କନ୍ୟା ପନ୍ଧିଥାନ୍ତା ସିନ୍ଦୂର। ହେଲେ ବିଧିର ବିଧାନ ଥିଲା ଟିକେ ଅଲଗା। ହୃଦ୍ଘାତରେ ବେଦୀ ଟଲିଡିଲା କନିଆଁ। ୟୁପିର ସମସପୁର ଅଂଚଳରେ ଦୁଖଦ ଘଟଣା ଘଟିଛି । ସେଠାରେ ଏକ ବିବାହ କାର୍ଯ୍ୟକ୍ରମ ଚାଲିଥିଲାବଳେ ବାହାବେଦୀ ଉପରେ ହୃଦ୍ଘାତ ଯୋଗୁ କନ୍ୟାର ମୃତ୍ୟୁ ଘଟିଛି । ମେ’ ୨୫ରେ ଇଟାୱା ଜିଲା ଅନ୍ତର୍ଗତ ସମସପୁର ଅଂଚଳରେ ଏହି ଘଟଣା ଘଟିଛି ।କନ୍ୟା ପରିବାର ଦ୍ୱାରା ଦିଆଯାଇଥିବା ସୂଚନା ଅନୁଯାୟୀ, ସେଦିନ ସେଇ ଗ୍ରାମର ମହେଶ ଚାନ୍ଦଙ୍କ ଭଉଣୀ ସୁରଭିଙ୍କର ମଂଜେଶ ଗ୍ରାମ ନିବାସୀ ଚିତଭବନଙ୍କ ସହିତ ବିବାଦ ଅନୁଷ୍ଠିତ ହେଉଥିଲା । ବରପକ୍ଷ ନିର୍ଦ୍ଧାରିତ ସମୟରେ କନ୍ୟାଘରେ ପହଂଚିଥିଲେ । ବିବାହ ରୀତିନୀତି ଠିକ୍ଠାକ୍ ଚାଲିଥିଲା । ବର ଓ କନ୍ୟା ଉଭୟ ଉଭୟଙ୍କୁ ବରଣମାଳା ବି ଦେଇସାରିଥିଲେ । କେବଳ ହୋମ ନିଆଁ ଚାରିପଟେ ସାତ ଘେରା ବୁଲିବା ବାକି ଥିଲା । ଏଥିପାଇଁ ଉଭୟ ପକ୍ଷ ପ୍ରସ୍ତୁତି କରୁଥିଲାବଳେ ହଠାତ୍ କନ୍ୟା ଅଚେତ ହୋଇପଡିଥିଲେ । ପରିବାର ଲୋକେ ତୁରନ୍ତ ତାଙ୍କୁ ସେଇ ଗ୍ରାମରେ ରହୁଥିବା ଜଣେ ଡାକ୍ତରଙ୍କ ପାଖକୁ ନେଇଥିଲେ । ଡାକ୍ତର ଜଣକ ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣା ପରେ ଉଭୟ ପକ୍ଷଙ୍କ ସହମତିରେ କନ୍ୟା ପାତ୍ରୀର ସାନ ଭଉଣୀଙ୍କ ସହିତ ଉକ୍ତ ବରପାତ୍ରଙ୍କ ବିବାହ କରାଯାଇଥିଲା ।