ପ୍ରଥମ କରୋନା ଟିକା ନେଇଥିବା ବ୍ୟକ୍ତିଙ୍କ ପରଲୋକ

ପ୍ରଥମ କରୋନା ଟିକା ନେଇଥିବା ବ୍ୟକ୍ତିଙ୍କ ପରଲୋକ

ନୂଆଦିଲ୍ଲୀ : ଦୁନିଆର ସବୁଠାରୁ ପ୍ରଥମେ କରୋନା ଟିକା ନେଇଥିବା ବ୍ୟକ୍ତି ୱିଲିୟମ୍ ସେକ୍ସପିୟରଙ୍କ ପରଲୋକ ହୋଇଛି ସେ ୨୦୨୦ ଡିସେମ୍ବର ମାସରେ ପ୍ରଥମ ଟିକା ନେଇ ଇତିହାସ ସୃଷ୍ଟି କରିଛନ୍ତି ସେ ଟିକା ନେବା ପରେ ପୁରା ଦୁନିଆର ଲୋକଙ୍କୁ ଟିକା ନେବା ପାଇଁ ଅପିଲ୍ କରିଥିଲେ ମଙ୍ଗଳବାର ତାଙ୍କର ୮୧ ବର୍ଷରେ ମୃତ୍ୟୁ ହୋଇଛି ପରିବାର ଲୋକଙ୍କ କହିବା ମୁତାବକ ସେ ଅନେକ ଗୁଡିଏ ରୋଗରେ ପୀଡିତ ଥିଲେ ସେ ୨୦୨୦ ଡିସେମ୍ବର ମାସରେ ପ୍ରଥମେ କରୋନା ବିରୋଧୀ ଟିକା ନେଇଥିଲେ ବିବିସିର ରିପୋର୍ଟ ଅନୁସାରେ, ସେକ୍ସପିଅରଙ୍କ ମୃତ୍ୟୁପରେ ତାଙ୍କ ପରିବାର ଲୋକେ ଲୋକମାନଙ୍କୁ ଅପିଲ କରିଛନ୍ତି ଯେ, ସମସ୍ତେ ଟିକା ନେବା ହିଁ ସେକ୍ସପିଅରଙ୍କ ପ୍ରତି ଉଚିତ ଶ୍ରଦ୍ଧାଞ୍ଜଳି ହେବ ସେ ଦୀର୍ଘ ୩୦ ବର୍ଷ ଧରି ସମାଜ ସେବା କରୁଥିଲେ ହେଲେ ୨୦୨୦ ରେ ବିଶ୍ୱରେ କୋଭିଡ୍ କାୟା ମେଲାଇଥିଲା ସୂଚନାଯୋଗ୍ୟ, କରୋନା ମହାମାରୀର ବର୍ତ୍ତମାନ ଦ୍ୱିତୀୟ ଲହର ଜାରି ରହିଛି ଆଉ ମହାମାରୀର ପ୍ରଭାବକୁ ଦୃଷ୍ଟିରେ ରଖି ବିଭିନ୍ନ ଦେଶର ସରକାର ଏବେ ଅନେକ ପ୍ରକାରର ଟିକା ତିଆରି କରିସାରିଲେଣି ଆଉ ଆଜିକା ସମୟରେ କୋଟି କୋଟି ସଂଖ୍ୟାରେ ଲୋକ ଟିକାକରଣ ପ୍ରକ୍ରିୟାରେ ସାମିଲ ହେଉଛନ୍ତି ଖାସ୍ କରି ଆମେରିକାରେ ପ୍ରାୟତଃ ସମସ୍ତ ନାଗରିକ ଟିକା ନେଇସାରିଛନ୍ତି