ଡ୍ରିମ୧୧ ଆଇପିଏଲ: ସୁପର ଓଭରରେ ପଞ୍ଜାବକୁ ହରାଇଲା ଦିଲ୍ଲୀ

ଦୁବାଇ: ସୁପର ଓଭରରେ ଜିତି ଦିଲ୍ଲୀ କ୍ୟାପିଟାଲ୍‍ସ ପୂରା ୨ ପଏଣ୍ଟ ପାଇଛି । ଡ୍ରିମ୧୧ ଆଇପିଏଲ ମ୍ୟାଚଟି ରୋମାଞ୍ଚକର ପରିସ୍ଥିତିରେ ଶେଷ ହୋଇଛି । କିଙ୍ଗ ଏକ୍ସଆଇ ପଂଜାବ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ହୋଇଥିବା ମ୍ୟାଚରେ ସୁପର ଓଭରରେ ଦିଲ୍ଲୀ ବିଜୟଲାଭ କରିଛି । ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମେ ଟସ ଜିତି ବ୍ୟାଟିଙ୍ଗ କରି ୧୫୭ ରନ ସଂଗ୍ରହ କରିଥିଲା । ଉତ୍ତରରେ କିଙ୍ଗ ଏକ୍ସଆଇ ପଂଜାବର ମୟଙ୍କ ଅଗ୍ରୱାଲଙ୍କ ୮୯ରନ ସଂଗ୍ରହ କରି ଦଳକୁ ବିଜୟୀ ଆଶା ଦେଇଥିଲେ । ତେବେ ୧୯.୫ ଓଭରରେ ସେ ଆଉଟ ହେବାପରେ ଶେଷ ବଲରେ ମଧ୍ୟ ଦଳ ଆଉ ଏକ ୱିକେଟ ହରାଇଥିଲା । ଫଳରେ ଉଭୟ ଦଳଙ୍କ ସ୍କୋର ସମାନ ରହିଥିଲା । ଏହାପରେ ସୁପର ଓଭର ଖେଳାଯିବା ପାଇଁ ସ୍ଥିର କରାଯାଇଥିଲା । ସୁପର ଓଭରରେ କିଙ୍ଗ ଏକ୍ସଆଇ ପଂଜାବ ପ୍ରଥମେ ବ୍ୟାଟିଙ୍ଗ କରି ମାତ୍ର ତିନିରନ ସଂଗ୍ରହ କରିଥିଲେ । ଏହି ରନର ପିଛାକରି ଦିଲ୍ଲୀ କ୍ୟାପିଟାଲ୍ସ ଏକ ସହଜ ବିଜୟ ହାସଲ କରିନେଇଥିଲା । ମହମ୍ମଦ ସାମିଙ୍କ ଦ୍ବିତୀୟ ବଲଟି ୱାଇଡ ହୋଇଥିଲା ।ତୃତୀୟ ବଲରେ ଦିଲ୍ଲୀ କ୍ୟାପିଟାଲ୍ସ ବ୍ୟାଟସମ୍ୟାନ ଦୁଇରନ ସଂଗ୍ରହ କରିନେଇଥିଲା । ଏଭଳି ଭାବେ ମ୍ଯାଚଟି ଏକ ରୋମାଞ୍ଚକ ମୋଡରେ ଶେଷ ହୋଇଥିଲା ।