କୋଇଲା ସ୍କାମ୍‌ରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲୀପ ରାୟ ଦୋଷୀ ସାବ୍ୟସ୍ତ

କୋଇଲା ସ୍କାମ୍‌ରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲୀପ ରାୟ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର: କୋଇଲା ଦୁର୍ନୀତିରେ ଦୋଷୀ ସାବ୍ୟସ୍ତ ହେଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲୀପ ରାୟ । ପ୍ରଥମ ମନ୍ତ୍ରୀ ଭାବେ ଦିଲୀପ ରାୟ ଦୋଷୀ ସାବ୍ୟସ୍ତ। ଦୋଷୀ ସାବ୍ୟସ୍ତ କଲେ ସ୍ପେଶାଲ କୋର୍ଟ ଜଜ ପରାଶର। ଅକ୍ଟୋବର ୧୪ରେ ଦଣ୍ଡ ଘୋଷଣା କରିବେ କୋର୍ଟ। ୧୯୯୯ ମସିହାରେ ଝାଡ଼ଖଣ୍ଡକୁ କୋଇଲା ଆବଣ୍ଟନ ମାମଲାରେ ଦୋଷୀ ।

ଅଭିଯୁକ୍ତଙ୍କ ବିରୋଧରେ ଆଇପିସି ଧାରା ୧୨୦ (ବି)-ଅପରାଧିକ ଷଡ଼ଯନ୍ତ୍ର, ୪୨୦ ଅର୍ଥାତ ଠକେଇ, ୪୦୯ ଅର୍ଥାତ ବିଶ୍ବାସ ଭଙ୍ଗ ଏବଂ ପ୍ରିଭେକ୍ସନ ଅଫ କରପସନ୍‌ ଆକ୍ଟର ବିଭିନ୍ନ ଧାରା ଲଗାଥିଲେ କୋର୍ଟ ।