ଭୁବନେଶ୍ୱରରେ ଉଦଘାଟନ ହେଲା ସାଇବର କମ୍ପଲେକ୍ସ

ଭୁବନେଶ୍ୱରରେ ଉଦଘାଟନ ହେଲା ସାଇବର କମ୍ପଲେକ୍ସ

ଭୁବନେଶ୍ୱର: ଭୁବନେଶ୍ୱର କେଶରି ନଗରରେ ଉଦଘାଟନ କଲେ ପୋଲିସ ମହାନିର୍ଦ୍ଦେଶକ ଅଭୟ। ସାଇବର ଭବନର ଉଦଘାଟନ। ନିତିଦିନ ରାଜ୍ୟରେ ବୃଦ୍ଧି ପାଉଥିବା ସାଇବର ଅପରାଧ ରୋକିବା ପାଇଁ ଏହି କମ୍ଲେକ୍ସ ସହାୟକ ହେବ ବୋଲି କହିଛନ୍ତି ପୋଲିସ ଡିଜି । ଏଠାରେ ସୋସିଆଲ ମିଡ଼ିଆ ପାଇଁ ସ୍ବତନ୍ତ୍ର ସେଲ୍ କରାଯାଇଛି। ଏହାସହ ତାଲିମପ୍ରାପ୍ତ ପୋଲିସ ଅଧିକାରୀ ଓ ସାଇବର ଏକ୍ସପର୍ଟ ନିୟୋଜିତ ରହିବେ । ରାଜ୍ୟ ବାହାର ସାଇବର ଅପରାଧୀଙ୍କୁ ଧରିବା ସହ ରାଜ୍ୟ-ରାଜ୍ୟ ମଧ୍ୟରେ ସମନ୍ୱୟ ରଖିବା କୁ ଗୁରୁତ୍ବ ଦିଆଯିବ।

  • କ୍ରାଇମବ୍ରାଞ୍ଚ ର ସାଇବର ଥାନା କଟକ ରେ ଥିଲା, ତାହା ଭୁବନେଶ୍ୱର କୁ ସ୍ଥାନାନ୍ତର ହେଲା
  • ସାଇବର କ୍ରାଇମ ର ତଦନ୍ତ ପାଇଁ ଟ୍ରେନିଂ ହେବ
  • ଏଠି 6 ମାସ ମଧ୍ୟରେ ରାଜ୍ୟ ପୋଲିସ ର ସୋସିଆଲ ମିଡିଆ ସେଲ କାମ କରିବ
  • ଜାତୀୟ ପୋଲିସ କୁ ଅନୁରୋଧ କରଯାଇଛି, ଏଠି ଟ୍ରେନି କରିବାକୁ
  • 200 ଜଣ ପୋଲିସ କୁ ଟ୍ରେନି ଦିଆଯିବ
  • ସାଇବର କ୍ରାଇମ ପାଇଁ ନୂଆ ନୂଆ ଟେକ୍ନୋଲୋଜି ବ୍ୟବହାର କରାଯିବ
  • ଏବେ ରାଜ୍ୟ ରେ 4 ଟି ସାଇବର କ୍ରାଇମ ଥାନା ଅଛି
  • ସବୁ ଥାନା ରେ ସାଇବର କ୍ରାଇମ ତଦନ୍ତ ହେବ
  • ସବୁ ଥାନାରେ ଜଣେ ଲେଖାଏଁ ଅଫିସରନ୍କୁ ଟ୍ରେନିଂ ଦିଆଯିବ
  • ଗତବର୍ଷ 1500 ସାଇବର ମାମଲା ରୁଜୁ ହୋଇଥିଲା। ଚଳିତ ବର୍ଷ 2ହଜାରରୁ ଅଧିକ ମାମଲା ରୁଜୁ ହୋଇପାରେ।