ଧୋନି ପୁନେରେ ନୂଆ ଘର କିଣିଲେ

ଧୋନି ପୁନେରେ ନୂଆ ଘର କିଣିଲେ

ନୂଆଦିଲ୍ଲୀ ୩୧/୦୫: ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ପୁନେରେ ଏକ ନୂଆ ଘର କିଣିଛନ୍ତି । ପୂର୍ବରୁ ମୁମ୍ବାଇରେ ତାଙ୍କର ଘର ଥିଲା । ସେ ପତ୍ନୀ ସାକ୍ଷୀଙ୍କ ନାମରେ ଏକ ମନୋରଞ୍ଜନ ପ୍ରଡକସନ୍‌ କମ୍ପାନୀ ଖୋଲିଛନ୍ତି । ଏହାର ନାମ ରହିଛି ‘ଏମ୍‌ଏସ୍‌ଡି ଏଣ୍ଟରଟେନମେଣ୍ଟ’ । ଯାହାର ଅଫିସ ମୁମ୍ବାଇରେ ରହିଛି । ଗତ ବର୍ଷ ଏହି ପ୍ରଡକସନ କମ୍ପାନୀ ପକ୍ଷରୁ ଏକ ପ୍ରାମାଣିକ ଚଳଚ୍ଚିତ୍ର ପ୍ରସ୍ତୁତ କରାଯାଇଥିଲା ।ଆଇପିଏଲ୍‌-୧୪ ଏବେ ସ୍ଥଗିତ ହେବା ପରେ ଧୋନି ଏବେ ରାଞ୍ଚିରେ ନିଜ ଫାର୍ମହାଉସରେ ରହୁଛନ୍ତି । ଝିଅ ଜିଭା ଓ ପତ୍ନୀ ସାକ୍ଷୀଙ୍କୁ ସମୟ ଦେଉଛନ୍ତି । ନିକଟରେ ପତ୍ନୀ ସାକ୍ଷୀ ଏକ ଭିଡିଓ ନିଜ ଇନ୍‌ଷ୍ଟାଗ୍ରାମ ପେଜରେ ପୋଷ୍ଟ୍‌ କରିଥିଲେ । ଭିଡିଓଟିରେ ଧୋନି ଏକ ଘୋଡ଼ାର ପିଠିକୁ ଆଉଁସି ଦେଉଥିବା ଦେଖିବାକୁ ମିଳିଛୁ ।’ ପୁନେରେ ଯେଉଁ ନୂଆ ଘର ଧୋନି କିଣିଛନ୍ତି ସେ ସଂପର୍କରେ ବିସ୍ତୃତ କିଛି ଜଣା ପଡ଼ିନାହିଁ । ତେବେ ସେ ଇଷ୍ଟଡୋ ପ୍ରେସିଡେନସିଆଲ ସୋସାଇଟିରେ ନୂଆ ଘର ନେଇଛନ୍ତି