ଦିବ୍ୟାଙ୍ଗ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ

ଦିବ୍ୟାଙ୍ଗ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ

ଉଦଳା ୧୭।୪: ସନ୍ଧ୍ୟା ସମୟରେ ଦିବ୍ୟାଙ୍ଗ ଯୁବତୀ ଜଣଙ୍କ ପକ୍ଷାଘାତରେ ପୀଡିତ ବାପାଙ୍କ ସହିତ ଥିବାବେଳେ ସ୍ଥାନୀୟ ଅଂଚଳର ଜଣେ ଯୁବକ ଘର ଭିତରେ ପଶି ଯୁବତୀଙ୍କୁ ଟେକି ନେଇଥିଲା । ଏଭଳି ଘଟଣା ଘଟିଛି କପ୍ତିପଦା ଥାନା ଅଂଚଳରେ। ଯୁବତୀଙ୍କୁ ଟେକି ନେଇ ଘର ପଛପଟେ ଦୁଷ୍କର୍ମ କରିବା ପରେ ଯୁବକ ଜଣକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ପରେ ଯୁବତୀ ନିଜ ପରିବାର ଲୋକଙ୍କୁ ଘଟଣା ବାବଦରେ ଜଣାଇବା ପରେ ପରିବାର ଲୋକେ ଏ ନେଇ କପ୍ତିପଦା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ୍ ଅଭିଯୋଗକୁ ଆଧାର କରି ଘଟଣାର ତଦନ୍ତ କରିବା ସହିତ ଅଭିଯୁକ୍ତକୁ ଗିରଫ କରିଛି । ତେବେ ଜଣେ ଦିବ୍ୟାଙ୍ଗ ଯୁବତୀ ପ୍ରତି ଏଭଳି ପାଶବିକ ଅତ୍ୟାଚାରକୁ ସ୍ଥାନୀୟ ଅଂଚଳରେ ତୀବ୍ର ନିନ୍ଦା କରାଯାଇଛି ।