ଏସବିଆଇର ଚେୟାରମ୍ୟାନ୍ ଭାବରେ ଦୀନେଶ କୁମାର ଖରା ଦାୟିତ୍। ଗ୍ରହଣ କରିଛନ୍ତି

ଏସବିଆଇର ଚେୟାରମ୍ୟାନ୍ ଭାବରେ ଦୀନେଶ କୁମାର ଖରା ଦାୟିତ୍। ଗ୍ରହଣ କରିଛନ୍ତି

ନୂଆଦିଲ୍ଲୀ: ଏସବିଆଇର ନୂଆ ଅଧ୍ୟକ୍ଷ ଭାବେ ଆଜି ନିଯୁକ୍ତ ହୋଇଛନ୍ତି ଦୀନେଶ କୁମାର ଖରା । କେନ୍ଦ୍ର ସରକାରଙ୍କ ଦ୍ଵାରା ଦୀନେଶଙ୍କୁ ନିଯୁକ୍ତ କରାଯାଇଛି ।  ମଙ୍ଗଳବାର ଖରାଙ୍କୁ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଥିଲା। ତାଙ୍କର ନୂତନ ଭୂମିକା ପୂର୍ବରୁ ସେ ଗ୍ଲୋବାଲ ବ୍ୟାଙ୍କିଙ୍ଗର ପରିଚାଳନା ନିର୍ଦ୍ଦେଶକ ଥିଲେ ଦୀନେଶ କୁମାର ଖରା ଆଗାମୀ ୩ ବର୍ଷ ପର୍ଯ୍ୟନ୍ତ ଏହି ପଦରେ ରହିବେ । ଅଧ୍ୟକ୍ଷ ଏସବିଆଇର ମୁଖ୍ୟ ହୋଇଥାନ୍ତି । ତାଙ୍କ ଅଧିନରେ ୪ ଜଣ ପରିଚାଳନା ନିର୍ଦ୍ଦେଶକ ରହିଥାନ୍ତି । ଦୀନେଶ କୁମାର ଖରା ବର୍ତ୍ତମାନର ଅଧ୍ୟକ୍ଷ ରଜନୀଶ କୁମାରଙ୍କ ସ୍ଥାନ ନେବେ ବୋଲି ସୂଚନା ମିଳିଛି ।