ECMO ମେସିନର ବ୍ୟବହାର ନେଇ DMET ସିବିକେ ମହାନ୍ତିଙ୍କ ସୂଚନା

ECMO ମେସିନର ବ୍ୟବହାର ନେଇ DMET ସିବିକେ ମହାନ୍ତିଙ୍କ ସୂଚନା

ECMO ମେସିନର ବ୍ୟବହାର ଆମ ଦେଶରେ ଏତେ ନଥିଲା । ମୁଁ ଜାଣିବାରେ ସମଗ୍ର ଦେଶରେ ୨୧ଟି ପଞ୍ଜିକୃତ ECMO ୟୁନିଟ ଅଛି । କିନ୍ତୁ ବର୍ତ୍ତମାନ କୋଭିଡ ଯୋଗୁ ଏହି ମେସିନର ଆବଶ୍ୟକତା ବଢିଯାଇଛି । ତେଣୁ ଆମେ ମଧ୍ୟ ୬ଟି ୟୁନିଟ ଆଣିବା ପାଇଁ ବ୍ୟବସ୍ଥା କରୁଛୁ । ଯାହା କଟକ ଏସସିବିରେ ରହିବ । ECMO ୟୁନିଟ ଚଳାଇବା ପାଇଁ ମାନବସମ୍ବଳର ମଧ୍ୟ ଅଭାବ ଅଛି । ତେଣୁ ଧୀରେ ଧୀରେ ଆମେ ରାଜ୍ୟର ଅନ୍ୟାନ୍ୟ ଅଂଚଳରେ ମଧ୍ୟ ଏହି ୟୁନିଟ ସ୍ଥାପନ କରିବାକୁ ବ୍ୟବସ୍ଥା କରିବୁ ।କରୋନାର ଏପର୍ଯ୍ୟନ୍ତ କୋଣସି ନିର୍ଦ୍ଦିଷ୍ଟ ଔଷଧ ନାହିଁ । ବର୍ତ୍ତମାନ ସୁଦ୍ଧା ପାଖାପାଖି ୯୭ଟି ଔଷଧକୁ ପରୀକ୍ଷାମୂଳକ ଭାବେ ଜରୁରୀକାଳୀନ ବ୍ୟବହାର କରାଯାଇଛି । ଏକ କମିଟି ଏହି ସବୁ ଔଷଧର ବ୍ୟବହାର ଓ ଫଳାଫଳ ଉପରେ ନିରନ୍ତର ତର୍ଜମା କରୁଛନ୍ତି । ତେଣୁ ଏହି ଟାସ୍କଫୋର୍ସ ଯାହା ଅନୁଧ୍ୟାନ କରି ନିଷ୍ପତ୍ତି ନେବେ ସେହି ଅନୁସାରେ ଆମେ ମଧ୍ୟ ଔଷଧ ବ୍ୟବହାର କରିବୁ ।